Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆମ୍ବେଦ କର ସାଂସ୍କୃତିକ ପରିଷଦ ର ବୁଦ୍ଧ ପୂର୍ଣିମା ପାଳନ l 2

ତିର୍ତ୍ତୋଲ, 13/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆମ୍ବେଦ କର ସାଂସ୍କୃତିକ ପରିଷଦର ବୁଦ୍ଧ ପୂର୍ଣିମା ପାଳନ l
Article Image
ତିର୍ତୋଲ ୧୩/୫ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶାଗଵାରିଆ ତିରଣ, ବୁଦ୍ଧ ବିହାର ଠାରେ ତ୍ରୀରତ୍ନ ବୁଦ୍ଧ ପୂର୍ଣିମା ପାଳନ ହୋଇଯାଇଛି । ଆମ୍ବେଦକର ସାଂସ୍କୃତିକ ପରିଷଦ ଶାଗଵାରିଆ ର ସଦସ୍ୟ ଓ ସଦସ୍ୟା ବୃନ୍ଦ ଯୋଗଦେଇ ବୁଦ୍ଧ ବନ୍ଦନା କରିଥିଲେ ଓ ପଞ ଶୀଳ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବୋଲଗଡ଼ କଲେଜ ଅଧ୍ୟାପକ ଡଃ,ମିନୂଷ ମଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭଗବାନ ବୁଦ୍ଧଙ୍କ ଜୀବନୀ ଓ ମାନବ ସମାଜ ନିମନ୍ତେ ସମତା ମମତା ପ୍ରଞ୍ୟା କରୁଣା ସାଗର ବୁଦ୍ଧଙ୍କ ମାର୍ଗ ବିଶ୍ବ ଶାନ୍ତି ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ। ଆମ୍ବେଦକର ସାଂସ୍କୃତିକ ପରିଷଦ ର ସମ୍ପାଦକ ବାବାଜୀ ଚରଣ ମଲିକ ମୁଖ୍ୟ ଅତିଥି ଙ୍କୁମାନପତ୍ର ଓ ଉତ୍ତରୀୟ ପ୍ରଦାନ କରୀ ସମ୍ମାନୀତ କରିଥିଲେ ଓ ଆଜିର ଦିନଟି ବୁଦ୍ଧ କ ଜନ୍ମ ଗ୍ୟାନ ପ୍ରାପ୍ତି,ଓ ମହାପରି ନିର୍ବାଣ ପ୍ରାପ୍ତିର ମହତ୍ଵ ବହନ କରୁଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ପାତ୍ର ଦେବେନ୍ଦ୍ର କୁମାର ମଲିକ, କୈଳାଶ ସାମଲ, ରାମଚନ୍ଦ୍ର ମଲିକ ସୁବାସ ପଲେଇ, ଡମ୍ବରୁଧର ପାତ୍ର ଵିନୋଦ ପାତ୍ର ସମେତ ଗ୍ରାମ ର ମହିଳା ଓ ଯୁବକ ଯୁବତୀ , ଯୋଗ ଦେଇ ଥୂଲେ, ଶେଷରେ କ୍ଷୀରି ପ୍ରସାଦ ବୀତରଣ କରାଯାଇଥିଲା। ସଭାପତି ସମସ୍ତ ଭାଇ ମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇ ଥିଲେ ।ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ (ବିକ୍ରମ ଓଡିଶା )