Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 13/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ଶ୍ରୀ ଶ୍ରୀ ଅଟଳବଳଦେବଜୀଉ ଙ୍କ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ )ଜଗତସିଂହପୁର

ତା =13/5/25ଜଗତସିଂହପୁର ଜ଼ିଲ୍ଲା ପଳାଶୋଳ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ଙ୍କ ମଠଦାଣ୍ଡ ପରିସରରେ ପବିତ୍ର ବୁଦ୍ଧପୁର୍ଣିମା ଠାରୁ ଶ୍ରୀକ୍ଷେତ୍ର ଭଉଁରୀ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଚନ୍ଦନଯାତ୍ରା ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେଉଛି | ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚନ୍ଦନଯାତ୍ରା ମହୋତ୍ସବ କୁ ଅଧିକ ଚିତାକର୍ଷକ କରିବା ନିମନ୍ତେ ମିନବଜାର ଉଦଘାଟନ | ସାଇ ସାଗର ଭଜନ ସନ୍ଧ୍ୟା ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ପରିବେଶୀତ | କୁନି କୁନି ପିଲା ମାନଙ୍କ ଦ୍ୱାରା "ଆମେ ଦେଖାଇବୁ ଆମ ପ୍ରତିଭା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ |ମୁଖ୍ୟ ବକ୍ତା ଅତିରିକ୍ତ ଜ଼ିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ | ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା |ସରପଞ୍ଚ ମେନକା ଦାସ ପ୍ରମୁଖ ଯୋଗଦେଇ ଅଞ୍ଚଳ ର ବିଶିଷ୍ଟ ମାନ୍ୟଗନ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ | କୁନି ପ୍ରବଚକ କେଶବ ଦାସ | ମାଳିକା ବିଶାରଦ ପ୍ରମୋଦ କୁମାର ପୃଷ୍ଟି | ନୀତିବାଣୀ ପ୍ରବଚକ ଜିତୁ ଦାସ | ଶ୍ରୀକ୍ଷେତ୍ର ଗଣନାଟ୍ୟ ଦ୍ୱାରା ଯାତ୍ରା ପରିବେଷିତ ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି | ଏ ସମସ୍ତ କାର୍ଯ୍ୟକ୍ରମ କୁ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ସଭାପତି ସମାଜସେବୀ, ଅକ୍ଷୟ କୁମାର ମହାନ୍ତି, ଯାମିନୀ କାନ୍ତ ନନ୍ଦ | ଋତୁରାଜ ମହାନ୍ତି

ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ