ବାଲେଶ୍ୱର , 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ଖଇରା ବ୍କକରେ ଯୁଗ୍ମ ଜନଶୁଣାଣୀ ଶିବିର ପ୍ରହସନ ପାଲଟିଛି,

ବାଲେଶ୍ଵର ଜିଲ୍ଲା ଖଇରା ବ୍କକରେ ଜନଶୁଣାଣୀ ଶିବିର ପ୍ରହସନ ପାଲଟିଛି।ଏହି କାର୍ଯ୍ୟକ୍ରମରେ ଆଳଦା ଗ୍ରାମର ଏକ ସରକାରୀ ଶଶ୍ମାନ ଜମି,, ବ୍ଯାକ୍ତିଗତ ଜଳଜମିକୁ ମାପ ଚିହ୍ନଟ କରିବା ପାଇଁ ଜନଶୁଣାଣୀ ଶିବିରରେ ଅଭିଯୋଗ ଲିଖିତ ଭାବେ ଗତ ତା ୧୦,୦୨,୨୦୨୫ ଜନଶୁଣାଣୀ ଶିବିରରେ ପୂର୍ବରୁ ଲିଖିତ ଭାବେ ଦେଇଥିଲେ ମଧ୍ୟ ତତ୍କାଳିନ ଖଇରା ତହସିଲଦାର ମାପ ଚିହ୍ନଟ କରୁନଥିବାରୁ ପୁନଶ୍ଚ ଆଜି ତା ୧୩,୦୫,୨୦୨୫ ତାରିଖରେ ଅଭିଯୋଗ କରିଥିଲେ। ସରକାରୀ ଶଶ୍ମାନ ଜମିକୁ ସରକାରଙ୍କ ରକ୍ଷାଣ ଦ୍ବାୟୀତ୍ବ ସରକାରୀ କର୍ମଚାରୀ ମାନଙ୍କର ହେଲେ ଆଳଦା ଗ୍ରାମର ପଦ୍ମଲୋଚନ ଦାସ, ସରକାରଙ୍କୁ ବାରମ୍ବାର ଅନୁରୋଧ ସୂତେ ଖଇରା ତହସିଲଦାର ଲିଖିତ ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି। ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଜରୁରୀ କାର୍ଯ୍ୟ ଥିବାରୁ ଜନଶୁଣାଣୀ ଶିବିରରୁ ସକାଳ ୯,୩୦ ମିନିଟ୍ ସମୟରେ ଚାଲିଯାଇଥିବାରୁ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ ତୁଲାଇଥିଲେ, ଉକ୍ତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ମାପ ହେବ କୈାଣସି ଅସୁବିଧା ନାହିଁ, ଅଭିଯୋଗକାରୀ ପ୍ରଶ୍ନ କରିଥିଲେ ଦୀର୍ଘ ୪ ମାସ ହେବାକୁ ଗଲାଣି ତହସିଲଦାର ମାପିବା ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଅତିରିକ୍ତ ତହସିଲଦାର କହିଥିଲେ ଆଗକୁ ମାପ ଚିହ୍ନଟ ହେବ, ଆଗକୁ ବର୍ଷା ଦିନ ଆସୁଥିବା ନେଇ ଶ୍ରୀ ଦାସ କହିବାରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )କହିଛନ୍ତି ବର୍ଷା ଦିନ ହେଉ ମାପ ଚିହ୍ନଟ ହେବ, ବଡ଼ ଦୁଃଖର ବିଷୟ ଜଣେ ଅତିରିକ୍ତ ଜିଲ୍ଲାପାଳ କହୁଛନ୍ତି ବର୍ଷାଦିନ ହେଲେ ମାପ ଚିହ୍ନଟ କରାଯାଇପାରିବ, ଉପସ୍ଥିତ ଥିବା ସାଧାରଣ ଜନତା ଶୁଣିବା ପରେ କ'ଣ ସରକାର କ'ଣ ପଦକ୍ଷେପ ଗ୍ରହଣ କରିବାକୁ ନେଇ ବିସ୍ମୟ ହୋଇପଡ଼ିଥିଲେ । ଆଳଦା ଗ୍ରାମର ସରକାରୀ ଶଶ୍ମାନ ଜମି ଖାତା ନଂ ୨୦୩ ପ୍ଲଟ ନଂ ୭୧ ଏରିଆ ଏ୦,୩୧ ଡିସିମିଲ ଜମିକୁ ଚାରିପଟେ ଲୋକେ କିଛି ଲୋକ ଜବରଦଖଲ କରିନେଇଥିବା ଦର୍ଶାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସରକାରଙ୍କ ଠାରୁ ବେତନ ପାଉଥିଲେ ସରକାରୀ ଜମିକୁ ରକ୍ଷାକରିବା ପାଇଁ କୈାଣସି କର୍ମଚାରୀ ମାନଙ୍କ ଆଗ୍ରହ ନାହିଁ ବୋଲି ଜଣାପଡ଼ୁଛି, ସେହିଭଳି ଆଳଦା ଗ୍ରାମର ଖାଦ୍ୟ ନଂ ୧୮୮/୭୯୭ ପ୍ଲଟ ନଂ ୨୫୪/୧୦୬୫ ଏରିଆ ଏ୦.୪ ଡିସିମିଲ ଜମିକୁ ପୂର୍ବତନ ତହସିଲଦାରଙ୍କ ସମୟରେ ମାପିବା ପାଇଁ ଦରଖାସ୍ତ ଦେଇଥିଲେ ମଧ୍ୟ ତତ୍କାଳିନ ଖତହସିଲଦାର କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେହିଭଳି ଆଳଦା ଗ୍ରାମର କଟକ ହାଇକୋର୍ଟର ନିର୍ଦ୍ଦେଶ କେସ୍ ନଂ ୨୦୬୫୮/୨୦୧୮ ଅନୁସାରେ ସରକାରୀ ଜମିରେ ସାମିଲ ହୋଇଥିବା ଅନାବାଦୀ କିସମ ଜମି ଥିବା ବେଳେ ବିରାଟକାୟ ଅଟାଳୀକା ସ୍ଥାପନ ହୋଇ ବ୍ଯାକ୍ତିଗତ ଭାବେ ଭଡା ଲଗାଯାଇ ବ୍ଯାକ୍ତିଗତ ଭାବେ ବ୍ଯାକ୍ତିଗତ ଲୋକ ନିକଟକୁ ଭଡ଼ା ଟଙ୍କା ଯାଉଛି, ଏବିଷୟରେ ତତ୍କାଳୀନ ତହସିଲଦାର ଶ୍ରୀ ଅମିତ୍ ରଞ୍ଜନ ହୋତା, ମହାଶୟଙ୍କୁ ସାଧାରଣ ଜନତା ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିଭଳି ସରକାରୀ ଖାତା ୨୦୨ ପ୍ଲଟ ନଂ ୨୫୪/୧୦୬୫/୧୨୫୭ ଏବଂ ପ୍ଲଟ ନଂ ୨୫୪/୧୦୬୫/୧୨୫୮ ପ୍ଲଟ ରେ ମାଟି ପକାଇ ବ୍ଯାକ୍ତିଗତ ଭାବେ ପକ୍କାଘର କରିବା ପାଇଁ କାର୍ଯ୍ୟ କରୁଥିବା ଯୋଗୁଁ ପୂର୍ବତନ ତହସିଲଦାର ଏବଂ ତତ୍କାଳୀନ ତହସିଲଦାର ଶ୍ରୀ ହୋତା, ମହାଶୟଙ୍କୁ ଜନସାଧାରଣ ମୈଖିକ କହିଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଅଧ୍ୟକ୍ଷତା କରିଥିଲା ବେଳେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଅତିରିକ୍ତ ପ୍ରକଳ୍ପ ଅଧିକାରିଣୀ ଡ଼ା ମଧୁସ୍ମିତା ସାମାନ୍ତରାୟ, ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକ, ଖଇରା ବିଡ଼ିଓ ନାରାୟଣ ସାହୁ, ତହସିଲଦାର ଶ୍ରୀ ଅମିତ୍ ରଞ୍ଜନ ହୋତା ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ୮୩ ଟି ଅଭିଯୋଗ ଆସିଥିଲା ଶ୍ୟାମସୁନ୍ଦର ପଞ୍ଚାୟତ ପାର୍ବତୀ ପୁର ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ନାୟକ ଗତ ୨୦୧୯ ମସିହାରେ ନିର୍ମାଣ ଶ୍ରମିକ ପକ୍କାଘର ନିର୍ମାଣ କରିଥିଲେ, ହେଲେ ଶେଷ କିସ୍ତି ଟଙ୍କା ଆଜି ପର୍ଯ୍ୟନ୍ତ ପାଉ ନଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଝିଙ୍କିରିଆ ପଞ୍ଚାୟତର ଭୋଗପୁର ଓ ପାଇକାଳପୁର ଦୁଇଟି ଗ୍ରାମର ଚାଷ ଜମିକୁ କେନାଲ ପାଣି ମାଡି ପାରୁନଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଲିଖିତ ଭାବେ ଜଣାଇଥିଲେ। ଖଇରା କୁ ଏନ୍ଏସି ଘୋଷଣା ନେଇ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଖଇରା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, ଅଭିରାମ ମହାପାତ୍ର, ଅନାମ ଚରଣ ପଣ୍ଡା, ପଦ୍ମଲୋଚନ ଦାସ,ସମତେ କର୍ମକର୍ତ୍ତାମାନେ ଦାବି କରିଥିଲେ। ଆଳଦା - କଇଥଗଢିଆ ରାସ୍ତାର ନବୀକରଣ କିମ୍ବା ମରାମତି କରାଇବା ପାଇଁ ନୟାଖଣ୍ଡି,ଗଡପୋଖରୀ, କଇଥଗଢିଆ ତିନୋଟି ପଞ୍ଚାୟତ ଲୋକ ମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ। ସମସ୍ତ ଅଭିଯୋଗ ସଠିକ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ,ହେଲେ ଜିଲ୍ଲାପାଳଙ୍କ ଆଦେଶ ଅଧିନରେ ଥିବା ଅଧିକାରୀ ମାନେ କୈାଣସି ପଦକ୍ଷେପ ଗ୍ରହଣ ନକରି ଅଭିଯୋଗ ଗୁଡିକ ଅଧିକାଂଶ ଅଧିକାରୀ (ଫାଇଲ୍ )ନଥିରେ ବାନ୍ଧି ବର୍ଷ ବର୍ଷ ଧରି ପକାଇ ରଖୁଛନ୍ତି, ଯାହା ଖଇରା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି,ସଂପୃକ୍ତ ବରିଷ୍ଠ ସହାୟକ ଶ୍ରୀ ଅନିରୁଦ୍ଧ ସାହୁ, ପକାଇ ରଖିଛନ୍ତି, ଜମି ମାପ ଚିହ୍ନଟ ପାଇଁ ପ୍ଲଟ କୁ ମାପିବା ପାଇଁ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ପୂର୍ବରୁ ଶ୍ରୀ ସାହୁଙ୍କ ବିରୋଧରେ ଲିଖିତ ଭାବେ ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଶ୍ରୀ ସାହୁଙ୍କ ବିରୋଧରେ ନିଆଯାଇ ନାହିଁ, ବରଂ ତତ୍କାଳୀନ ତହସିଲଦାର ଶ୍ରୀ ଜିତେନ୍ଦ୍ର ମୁର୍ମୁ, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶୀ ଧଳଙ୍କ ଉପସ୍ଥିତ ରେ ଲାଞ୍ ନେବାକୁ ମାଗିଥିବା ବିଷୟରେ। ତଦନ୍ତ କରି ଶ୍ରୀ ସାହୁ ଭୁଲ୍ ମାଗିଥିଲେ, ହେଲେ ଆଜି ପର୍ଯ୍ୟନ୍ତ ଶ୍ରୀ ସାହୁ ସେହି ବେଞ୍ଚ ରେ ରହି କାର୍ଯ୍ୟ କରୁଛନ୍ତି, ଆଜିର ମିଳିତ ଜନଶୁଣାଣୀ ଶିବିରରେ ବିଭିନ୍ନ ପଞ୍ଚାୟତର ଆସିଥିବା ମାପ ଚିହ୍ନଟ ପାଇଁ ଅଭିଯୋଗ ଦେଇଥିଲେ, ଏବଂ ଶ୍ରୀ ସାହୁଙ୍କ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୋୖଖିକ ଜଣାଇଥିଲେ, ସରକାରୀ ଶଶ୍ମାନ ଜମିକୁ ସରକାରଙ୍କ ଦ୍ବାରା ଜମିକୁ ଚିହ୍ନଟ କରାନଯାଏ, ତାହାଲେ ରାଜସ୍ବ ବିଭାଗର ଅଧିକାରୀଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ଶ୍ରୀ ପଦ୍ମଲୋଚନ ଦାସ ମତପ୍ରକାଶ କରିଛନ୍ତି, ଏବଂ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ