Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସ୍ମୃତି ପ୍ରଜ୍ଞା ସାହୁଙ୍କୁ ସମୟର ପ୍ରଗତି ସଂଗଠନ ତରଫରୁ ସଂମାନିତ, 1

କୁଜଙ୍ଗ , 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ମୃତି ପ୍ରଜ୍ଞା ସାହୁଙ୍କୁ ସମୟର ପ୍ରଗତି ସଂଗଠନ ତରଫରୁ ସଂମାନିତ,ଜବାହାର ନବାଦେୟ ବିଦ୍ୟାଳୟ ରାହାମା ରୁ ଦଶମ ପରୀକ୍ଷା ରେ 97% ନମ୍ବର ରଖି ସଫଳ ଅର୍ଜନ କରିଛନ୍ତି ସ୍ମୃତି ପ୍ରଜ୍ଞା ସାହୁ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ପଂଚାୟତ ମାଳହୁଙ୍କା ର ଵେବସାୟୀ କୈଳାଶ ଚନ୍ଦ୍ର ସାହୁଙ୍କ ବଡ଼ ଝିଅ ସ୍ମୃତି ପ୍ରଜ୍ଞା ସାହୁ, ପ୍ରତ୍ୟକ ବାପା ମା ଚାହାଁନ୍ତି ପିଲାମାନେ ବଡ଼ ମଣିଷ ହୋଇ ନିଜ ର ନାଁ କରନ୍ତି, ବାପା କୈଳାଶ ଚନ୍ଦ୍ର ସାହୁ,ମା ଝୁନତେ ସାହୁ, ଦାଦା ଦିରେଶ ଓ ସନ୍ତୋଷ ସାହୁ, ଖୁଡି ମମତା ଓ ଜାନକୀ ସାହୁ ଙ୍କ ଆଶ୍ରିବାଦ ରୁ ଝିଅ ସ୍ମୃତି ପ୍ରଜ୍ଞା ସାହୁ ଗଣ୍ଡକିପୁର ଓ ମାଳହୁଙ୍କା ତଥା କୁଜଙ୍ଗ ଅଞ୍ଚଳ ର ଗର୍ବ ଓ ଗୌରବ, ବାପା କୈଳାଶ ଚନ୍ଦ୍ର ସାହୁ ମା ଝୁନେତା ସାହୁଙ୍କ ପୁଅ ନଥିଲେ ମଧ୍ୟ ଦୁଇ ଝିଅ ଙ୍କୁ ପାଇ ଗର୍ବ ଅନୁଭବ କରିଛନ୍ତି. ବଡ଼ ଝିଅ ର ସଫଳତା କୁ ନେଇ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି ଓ ସ୍ମୃତି ପ୍ରଜ୍ଞା ସାହୁ ସତାନବେ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଛିଛନ୍ତି, ବହୁ ଶିକ୍ଷାବିତ୍ /ସମାଜସେବୀ ଓ ମାନ୍ୟ ଗନ୍ୟା ବେକ୍ତିଙ୍କର ଶୁଭେଚ୍ଛା ର ସୁଅ ଛୁଟିଛି, ସମୟର ପ୍ରଗତି ସଂଗଠନ ର ଉପଦେଷ୍ଟା ତଥା ସମାଜସେବୀକା କଳ୍ପନା ସୁତାର ଓ ସମ୍ପାଦକ ନିପୀନ ମାଝୀ ସ୍ମୃତି ପ୍ରଜ୍ଞା ସାହୁ ଙ୍କ ସଫଳତା ଖବର ପାଇ ତାଙ୍କ ବାସ ଭବନ ରେ ପହଂଚି ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସଂମାନିତ କରାଯାଇଥିଲା, ସ୍ମୃତି ପ୍ରଜ୍ଞା ସାହୁ ଭବିଷ୍ୟତ କୁ ଲକ୍ଷ ରଖିଛନ୍ତି ଡାକ୍ତର ପାଠ ପଢି ସମାଜ ର ସେବା କରିବ,
Article Image
Article Image