Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗୋଲିଆ ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଶୁଭଶ୍ରୀ, ଦ୍ବାଦଶର ସ୍ମିତାରାଣୀ ପ୍ରଥମ 2

ବୁଗୁଡା, 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋଲିଆ ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀର ଶୁଭଶ୍ରୀ, ଦ୍ବାଦଶର ସ୍ମିତାରାଣୀ ପ୍ରଥମ
Article Image
ବୁଗୁଡା,୧୪/୦୫(ସୋରେନ କୁମାର ପ୍ରଧାନ): ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀ ଛାତ୍ରୀ ଶୁଭଶ୍ରୀ ବିଷୋୟୀ ସର୍ବାଧିକ ୪୭୩ ମାର୍କ (୯୪.୮%) ହାସଲ କରି ବିଦ୍ଯାଳୟ ଟପ୍ପର ରୂପେ ବିବେଚିତ ହୋଇଥିବା ଜଣାଯାଇଛି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ୪୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଛାତ୍ରୀ ସ୍ମିତାରାଣୀ ସେଠୀ ସର୍ବାଧିକ ୪୧୦ ମାର୍କ(୮୨%)ପ୍ରାପ୍ତ କରି ବିଦ୍ଯାଳୟ ଟପ୍ପର ଭାବେ ବିବେଚିତ ହୋଇଛନ୍ତି। ଏହି ସଫଳତା ପାଇଁ ଭାରପ୍ରାପ୍ତା ଅଧ୍ଯକ୍ଷା ସୁଚିତ୍ରା ପଟ୍ଟନାୟକଙ୍କ ସମେତ ବିଦ୍ଯାଳୟ କର୍ତ୍ତୃପକ୍ଷ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ଜଣାଯାଇଛି।
Article Image