Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଯୁବକଙ୍କ ଅକାଳ ବିୟୋଗ 1

ବୁଗୁଡ଼ା, 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ଯୁବକଙ୍କ ଅକାଳ ବିୟୋଗ
Article Image
ବୁଗୁଡ଼ା :୧୪/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ, ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି l ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ପ୍ରଶାନ୍ତ କୁମାର ପାଣିଗ୍ରାହୀ (୪୯ବର୍ଷ)ବୋଲି ଜଣାପଡିଛି l ସୂଚନା ପ୍ରକାରେ ପ୍ରଶାନ୍ତ ଗୁଜୁରାଟର ବରୋଦା ଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ l ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ କିଛିଦିନ ତଳେ ନିଜ ଗ୍ରାମ ଲକ୍ଷ୍ମୀପୁରକୁ ଆସିଥିଲେ l ସେ ପ୍ରଥମେ ବୁଗୁଡ଼ା ଏବଂ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ କୌଣସି ସୁଧାର ନଆସିବାରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ l ସେଠାରୁ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ଆଣି ଗ୍ରାମ୍ୟ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ପୁତୁରା ସାନ୍ତୁନ ମୁଖାଗ୍ନି ଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ନିଜ ସ୍ୱାମୀ ଓ ପିତାଙ୍କୁ ହରାଇ ଆଜି ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅସହାୟ ହୋଇପଡିଛନ୍ତି lପ୍ରଶାନ୍ତ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସାହାଯ୍ୟ ତଥା ସମସ୍ତ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଶାସନ ଠାରେ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି l