Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସିଦ୍ଧଳ ରଥଯାତ୍ରା ନିମନ୍ତେ କାର୍ଯ୍ୟ ସମୀକ୍ଷା ବୈଠକ 3

ଜଗତସିଂହପୁର , 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ସିଦ୍ଧଳ ରଥଯାତ୍ରା ନିମନ୍ତେ କାର୍ଯ୍ୟ ସମୀକ୍ଷା ବୈଠକ
Article Image
ଜଗତସିଂହପୁର,ତା୧୪.୦୫.୨୦୨୫ରିଖ:ଆଜି ପୂର୍ବାହ୍ନରେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କହିଲେ ଯେ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ଆଡ଼ମ୍ବର ର ସହ ପାଳନ କରାଯିବ । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ର ଆକଳନ କରି ତୁରନ୍ତ ବନ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଉପଦେଶ ଦେଇଥିଲେ । ନାଟ ମଣ୍ଡପ ଉପରେ ଛାତ ନିର୍ମାଣ ଏବଂ ବାଲି ପୋଖରୀ ର ଉନ୍ନତିକରଣ ର ଦାୟିତ୍ଵ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ଦିଆଯାଇଥିଲା । ରାସ୍ତା ମରାମତି କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବାକୁ ସେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ ୧୫ ଦିନ ପରେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ ବୋଲି ସେ କହିଥିଲେ । ରଥଯାତ୍ରା କୁ ସଫଳ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଦାୟିତ୍ବ ସୂଚାରୁ ରୁପେ ତୁଲାଇବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ବିଭିନ୍ନ ବିଭାଗୀୟ ଅଧିକାରୀ ,ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, କୋଷାଧକ୍ଷ ଅଭୟ କୁମାର ଦାଶ, ସାରଦା ବେହେରା, ନାରାୟଣ ଦାଶ, ପ୍ରିୟନାଥ ରାୟ, ପ୍ରଫୁଲ୍ଲ ସାହୁ ତରଙ୍ଗ ସେନ ପରିଡା, ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଓ ଗ୍ରାମ୍ୟ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ