Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଡିଏଭି ଗୁରୁକୁଳ କୁହୁଡି ୧୦୦% ପାସ୍ | ଆଦିତ୍ୟ ସାମନ୍ତରାୟ ସ୍କୁଲ ଟପ୍ପର 2

ଟାଙ୍ଗୀ , 14/05/2025, ବିକ୍ରମ ଓଡ଼ିଶା ନିୟୁଜ: ଡିଏଭି ଗୁରୁକୁଳ କୁହୁଡି ୧୦୦% ପାସ୍ | ଆଦିତ୍ୟ ସାମନ୍ତରାୟ ସ୍କୁଲ ଟପ୍ପର
Article Image
ଟାଙ୍ଗୀ, ୧୪|୦୫ : ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ଦଶମ ପରୀକ୍ଷାର ଫଳାଫଳ | ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଡି ଏ ଭି ଗୁରୁକୁଳ ଛାତ୍ରମାନେ ବାଜିମାତ କରିଥିବା ଜଣାପଡିଛି | ଆଦିତ୍ୟ ସାମନ୍ତରାୟ ୪୬୭ ମାର୍କ ଶତକଡା ୯୪ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି | କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଥିଲେ ନିଶ୍ଚିତ ସଫଳତା ହାସଲ କରିହୁଏ ବୋଲି ଆଦିତ୍ୟ କହିଛନ୍ତି | ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରିନ୍ସିପାଲ୍, ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ନିଜ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି |