Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନାଉଗାଁ ଫେଷ୍ଟିଭାଲ୍ ମାନ୍ୟବର ବିଧାୟକଙ୍କ ଦ୍ବାରା ଉଦଘାଟିତ। 2

ନାଉଗାଁ, 15/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ଫେଷ୍ଟିଭାଲ୍ ମାନ୍ୟବର ବିଧାୟକଙ୍କ ଦ୍ବାରା ଉଦଘାଟିତ।
Article Image
ନାଉଗାଁ୧୫/୦୫/ବିକ୍ରମ ଓଡିଶା ନିୟଜୁ, ନାଉଗାଁ ବ୍ଲକରେ ଏକ ରାଜ୍ୟସ୍ତରୀୟ ସାଂସ୍କୃତିକ ମହାସମାବେଶରେ ତୃତୀୟ ନାଉଗାଁ ଫେଷ୍ଟିଭାଲ-୨୦୨୫ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛିଉକ୍ତ ଉତ୍ସବ ନାଉଗାଁ ଫେଷ୍ଟିଭାଲ ପରିଷଦ ଆନୁକୂଲ୍ୟରେ ଫେଷ୍ଟିଭାଲ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଉଦ୍ଘାଟନ କରି କଳା ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନାଉଗାଁ ମାଟିର ଉଲଖେନୀୟ ଅବଦାନ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ। ନାଉଗାଁ ଫେଷ୍ଟିଭାଲ-୨୦୨୫ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ ଶୈଳବାଳ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଗାୟତ୍ରୀ ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ଉତ୍ସବ କଟକ ସ୍ଥିତ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ପକ୍ଷରୁ ପ୍ରାୟୋଜିତ ହୋଇଥିଲା। ଉକ୍ତ ସଭା ପରିଷଦର ସଭାପତି ଚୌଧୁରୀ ସତ୍ୟ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପରିଷଦର ଉପସଭାପତି ଲଳିତ କୁମାର ସାହାଣୀ ସ୍ବାଗତଂ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଧନଞ୍ଜୟ ପରିଜା ସମ୍ପାଦକୀୟ ପଠା କରିଥିଲେ। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଡକ୍ଟର ଇଞ୍ଜିନିଅର ପ୍ରଭାକର ସ୍ୱାଇଁ ସାହିତ୍ୟ କ୍ଷେତ୍ରରେ ଉଲଖନୀୟ ବକୃତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ସାଂସ୍କୃତିକ ସମ୍ପାଦକ ସୁକାନ୍ତ କୁମାର ଲେଙ୍କା, ଗଣମାଧ୍ୟ ସଂଯୋଜକ ସରୋଜ କୁମାର ଲେଙ୍କା, ଉପସଭାପତି ଶଶାଙ୍କ ଶେଖର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠକ ସମ୍ପାଦକ ମନୋଜ କୁମାର ନାୟକ, ଅଭିମନ୍ୟୁ ସାହୁ, ଦେବଜ୍ୟୋତି ମହାନ୍ତି, ତ୍ରିନାଥ ପରିଜା, ବିବେକାନନ୍ଦ ପରିଜା ପରିଷଦର ସମସ୍ତ କର୍ମକର୍ତା ମାନେ ଏକକୁ ପରିଚାଳନା କରିଥିଲେ। ଓଡିଶୀ ନୃତ୍ୟ, ଛଉ ନୃତ୍ୟ, ପୌରାଣିକ ଓ ଶାସ୍ତ୍ରୀୟ ନୃତ୍ୟ
Article Image
ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର, ଓ କଲିକତାର ନୃତ୍ୟ ଶାଳ୍ପୀ ମାନେ ନାଚଗୀରେ ଝୁମଇ ଥିଲେ।