Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆନ୍ତ ଜ଼ିଲ୍ଲା ଡକାୟତ ଗିରଫ, ଚୋରୀ ସାମଗ୍ରୀ ଉଦ୍ଧାର |ଜଗତସିଂହପୁର SDPO ଙ୍କ ସାମ୍ବାଦିକ ସମ୍ମିଳନୀ) 2

ଜଗତସିଂହପୁର , 15/05/2025, ବିକ୍ରମ ଓଡ଼ିଶା ନିୟୁଜ: (ଆନ୍ତ ଜ଼ିଲ୍ଲା ଡକାୟତ ଗିରଫ, ଚୋରୀ ସାମଗ୍ରୀ ଉଦ୍ଧାର |ଜଗତସିଂହପୁର SDPO ଙ୍କ ସାମ୍ବାଦିକ ସମ୍ମିଳନୀ)ଜଗତସିଂହପୁର
Article Image
ତା=15/5/25ଜଗତସିଂହପୁର ଜ଼ିଲ୍ଲା ର ପୂରପଲ୍ଲୀ ରେ ଆଇନି ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି | ଏହା ର ସୁଯୋଗ ନେଇ ଆନ୍ତଜ଼ିଲ୍ଲା ଡକାୟତ ଗ୍ରୁପ ସକ୍ରିୟ ହୋଇ ଜଗତସିଂହପୁର ଜ଼ିଲ୍ଲା ରେ ଦୈନ ଦିନ ଚୋରୀ, ରାହାଜାନି ଭଳି ଜଘନ୍ୟ ଅପରାଧ ଘଟାଇ ଚାଲିଛନ୍ତି | ଚଳିତ ମାସ ୩ ତାରିଖ ବିଳମ୍ବିତ ରାତିରେ ବିରିଡି ଥାନା ଅନ୍ତର୍ଗତ ଅଣଖିଆ ସ୍ଥିତ ଦଣ୍ଡିଲୋ ଗ୍ରାମର ସୁକାନ୍ତ ମହାରଣା ଙ୍କ ପରିବାର ବିଳମ୍ବିତ ରାତିରେ ସୋଇଥିବା ସମୟରେ ପଞ୍ଚାଜଣ ଦୁର୍ବୁତ୍ତ ଘର ର ପଛପଟେ ଦୁଆର ମୁହଁ ଗ୍ରିଲ ଏବଂ କବାଟ ତାଡି ଗୃହ ମଧ୍ୟକୁ ପ୍ରବେଶ କରିଥିଲେ | ପରିବାର ସଦସ୍ୟ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇ ବାନ୍ଧି ପକାଇ ଘରେ ଥିବା ଆସବାସ ପତ୍ର, ସୂନା, ରୁପା ଅଳଙ୍କାର, ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଯାଇଥିଲେ | ସୁକାନ୍ତ ଚନ୍ଦ୍ର ମହାରଣା ବିରିଡି ଥାନାରେ ଅଭିଯୋଗ କରିଥିଲେ | ପୋଲିସ ବିରିଡି ଥାନା 122/3/5/25 ରେ ଏକ ମକଦମା ୠଜୁକରି ତଦନ୍ତ ଚଳାଇଥିଲା | ଏହି ଚୋରୀ ରେ ସମ୍ପୃକ୍ତ ଥିବା ଆନ୍ତ ଜ଼ିଲ୍ଲା ଡକାୟତ ବିରିଡି ବାଗଲପୁର ଅଞ୍ଚଳ ର ସୁଜ୍ଞାନ ଭୋଇ,ତ୍ରିନାଥ ପରିଡା | ତିର୍ତୋଲ ବାଲିପାଟଣା ଅଞ୍ଚଳ ର ସୁକାନ୍ତ ସାହୁ ଏବଂ ରାହୁଲ ସ୍ୱାଇଁ,କଟକ ମହଙ୍ଗା ଅଞ୍ଚଳ ର ଦୀପ୍ତିକାନ୍ତ ପୃଷ୍ଟି ଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଉଦ୍ଧାର କରିବା ସହିତ ଦୁଇଟି ମୋଟର ସାଇକେଲ ଜବତ କରିଛି ବୋଲି ଜଗତସିଂହପୁର SDPO ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ