Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଗଞ୍ଜାମ , 15/05/2025, ବିକ୍ରମ ଓଡ଼ିଶା ନିୟୁଜ: କୋଦଳା ରେ ବିଜେପିର ପରାକ୍ରମ ଶୋଭାଯାତ୍ରା, ସାମିଲ୍ ହେଲେ ବିଭିନ୍ନ ବର୍ଗର ଲୋକେ
ଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପିର ପରାକ୍ରମ ଶୋଭାଯାତ୍ରା। ଗଞ୍ଜାମ କୋଦଳା ଠାରେ ଅନୁଷ୍ଠିତ ହୋଇଯାଇଛି ପରାକ୍ରମ ଶୋଭାଯାତ୍ରା।କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। କୋଦଳା ଏନ୍ ଏ ସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ସମସ୍ତ କାଉଁସିଲର ବହୁ ଜନପ୍ରତିନିଧି, ଏନ୍ ଏ ସି କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତ୍ରିରଙ୍ଗା ପତାକା ଧରି ଏହି ବିରାଟ ଶୋଭାଯାତ୍ରାରେ ସମସ୍ତେ ସାମିଲ ହୋଇଥିଲେ ।ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି। ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯାଇଛି।
ଗଞ୍ଜାମ ରୁ ସନ୍ତୋଷ କୁମାର ସେଠୀ ଙ୍କ ରିପୋଟ