Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆଜି ଠାରୁ ଆରମ୍ଭ ମା ନାରାୟଣୀ ଙ୍କ ଯଜ୍ଞ 4

ତିର୍ତୋଲ, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ଆଜି ଠାରୁ ଆରମ୍ଭ ମା ନାରାୟଣୀ ଙ୍କ ଯଜ୍ଞ
Article Image
୨୮/୪ ତିର୍ତୋଲ ବ୍ଲକ ମଣିଜଙ୍ଗାବଜ଼ାର ନିକଟସ୍ତ ସୁଜାଉଦିନୀ ନଗର ପାଟଣା ଗ୍ରାମର ଅଧି ଷ୍ଟାତ୍ରୀ ଦେବି ମା ଶ୍ରୀ ଶ୍ରୀ ନାରାୟଣୀ ଶକ୍ତି ପୀଠରେ ମା ଙ୍କ ୨୩ତମ ବାର୍ଷିକ ଉତ୍ସବ ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି, ଏହା ଚଳିତ ମାସ ୨୬ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧ ମେ ପଯ୍ୟନ୍ତ ଚଳିବ, ଏନେଇ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ଗତକାଲି ସାନ୍ଧ୍ୟରେ ଆଙ୍କୁରା ରୋପଣ ଓ ଆଜି କଳସ ଅଧିବାସ ଓ ସ୍ଥାପନା କରାଯାଇଛି, ସୁଜାଉଦିନୀ ନଗର ପାଟଣାର ମହିଳା ଓ ପୁରୁଷ ମାନେ ନିକଟସ୍ଥ ପୂର୍ଣ୍ଣତୋୟା ମହାନଦୀ ରୁକଳସ ବୁଡ଼ାଇ ଯଜ୍ଞ ସ୍ଥଳରେ ସ୍ଥାପନ କରିଛନ୍ତି, ସ୍ଥାନୀୟ ଅଞ୍ଚଳ ର ଜଣାଶୁଣା ସମାଜ ସେବୀ ତଥା ପୁର୍ବ ତନ ବାୟୁସେନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା କର୍ତ୍ତୀ ଭାବେ ଯଜ୍ଞ ରେ ଭାଗ ନେଇଛନ୍ତି, ଏହି ଶକ୍ତି ପୀଠରେ ଅହୋ ରାତ୍ର ନାମଯଂଜ୍ଞ, ଅର୍ଣ୍ଣ ଯଜ୍ଞ ଘୃତ ଯଜ୍ଞ କରାଯାଇ ମେ ଏକ ତାରିଖରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ ରହିଛି, ଭିଭୂ ପ୍ରେମୀ ଭକ୍ତ ମାନେ ଏହି ମହାନ ପୁର୍ଣ କର୍ମରେ ଯୋଗ ଦେଇ ବିଭୁ କୃପା ଲାଭ କରିବାକୁ ମା ନାରାୟଣୀ ପରିବାର ତରଫରୁ ନିବେଦନ କରାଯାଇଛି ଳ
Article Image
ରିପୋର୍ଟ :ଶ୍ରୀବତ୍ସ ପାଢ଼ୀ, (ବିକ୍ରମ ଓଡିଶା )
Article Image