Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶିଳ୍ପମନ୍ତ୍ରୀଙ୍କ ଦ୍ଵାରା ସରକାରୀ ଚିକିତ୍ସକଙ୍କ ନିମନ୍ତେ ବାସଗୃହ ନିର୍ମାଣର ଭିତ୍ତପ୍ରସ୍ତର ସ୍ଥାପନ 3

ନାଉଗାଁ, 15/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶିଳ୍ପମନ୍ତ୍ରୀଙ୍କ ଦ୍ଵାରା ସରକାରୀ ଚିକିତ୍ସକଙ୍କ ନିମନ୍ତେ ବାସଗୃହ ନିର୍ମାଣର ଭିତ୍ତପ୍ରସ୍ତର ସ୍ଥାପନ
Article Image
ନାଉଗାଁ, ୧୫/୫/: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୂର୍ତ୍ତ ବିଭାଗର ରାସ୍ତା ଓ ଗୃହନିର୍ମାଣ ବିଭାଜନ ପକ୍ଷରୁ ସରକାରୀ ଚିକିତ୍ସକଙ୍କ ରହିବା ନିମନ୍ତେ ନୂତନ ବାସଗୃହ ନିର୍ମାଣର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଏଠାରେ ଡାକ୍ତର ଓ କର୍ମଚାରୀ ମାନଙ୍କ ରହିବା ନିମନ୍ତେ ବାସଗୃହର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଆଜି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଏହି ନୂତନ ବାସଗୃହ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ନାଉଗାଁ ବ୍ଲକ ୧ନମ୍ୱର ଜୋନ ଜିଲ୍ଲାପରିଷଦ ସଭ୍ୟା ଅମିତାସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି
Article Image