Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଖୋର୍ଦ୍ଧା, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ଲକ୍ଷ୍ମୀ ବସ୍ ଧକ୍କା ରେ ଶିଶୁ ପୁତ୍ର ର ମୃତ୍ୟୁ , ସ୍ବାମୀ ସ୍ତ୍ରୀ ଗୁରୁତର
ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବଡସାହି ଠାରେ ଲକ୍ଷ୍ମୀ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଓ ସ୍ତ୍ରୀ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନା ରେ ଭର୍ତି କରାଯାଇଛି।ଗତ କାଲି ଅପରାହ୍ନ ୪ ଟା ରେ କେରଙ୍କ ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବାହୀ ଲକ୍ଷ୍ମୀ ବସ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।ଏକ ସୁଧ କାର୍ଯ୍ୟକ୍ରମ ରେ ଯାଉଥିବା ଏହି ଦମ୍ପତି ଙ୍କ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ଦମ୍ପତି ଙ୍କ ଶିଶୁ ପୁତ୍ର ଅମୂଲ୍ୟ ବାରିକ୍ ଙ୍କ ର ମୃତ୍ୟୁ ଘଟିଥିଲା ଏବଂ ସ୍ଵାମୀ ଅଶୋକ ବାରିକ୍ ଓ ଚାଙ୍କ ସ୍ତ୍ରୀ ପିଙ୍କି ବାରିକ୍ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତରିତ କରାଯାଛି। ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ୍ କରିଛି ଏବଂ ଉଭୟ ଗାଡି କୁ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟDT -16/5/2025