Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦୁର୍ଘଟଣାରେ ଦୁଇ ଭାଇଙ୍କ ମତ୍ୟୁ ଘଟଣା ବୋଲେରୋ ଜବତ, ଡ୍ରାଇଭର ଅଟକ 1

ବୁଗୁଡ଼ା, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୁର୍ଘଟଣାରେ ଦୁଇ ଭାଇଙ୍କ ମତ୍ୟୁ ଘଟଣା ବୋଲେରୋ ଜବତ, ଡ୍ରାଇଭର ଅଟକ
Article Image
ବୁଗୁଡ଼ା,୧୬/୦୫(ସୋରେନ କୁମାର ପ୍ରଧାନ):ଗତ ମେ'୧୧ ତାରିଖ ରାତିରେ ବୁଗୁଡା-ଷୋଳମଇଲି ରାସ୍ତାରେ ଘଟିଥ‌ିବା ମର୍ମନ୍ତୁଦ ଦୁର୍ଘଟଣାରେ କାନସୁକା ଗ୍ରାମର ପଞ୍ଚୁ ନାଇକଙ୍କ ପୁଅ ଓମ୍ ପ୍ରକାଶ ନାଇକ(୧୬) ଓ ସନ୍ତୋଷ ନାଇକଙ୍କ ପୁଅ ଶୁଭ ନାଇକ (୧୮) ର ପ୍ରାଣହାନୀ ଘଟିଥିଲା I ଏନେଇ ସନ୍ତୋଷ ନାଇକଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍ ନଂ ୩୦୮/୨୫ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ( ନଂ-ଓଡି ୦୭କେ-୬୬୨୯) କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା | ଘଟଣାର ପାରିପାଶ୍ୱିର୍କ ପରିସ୍ଥିତି ଓ ଆଖପାଖର ସିସିଟିଭି କ୍ୟାମେରାକୁ ଅନୁଧ୍ୟାନ କରି ଦୁର୍ଘଟଣା ଘଟାଇଥିବା ବୋଲେରୋ (ନଂ -ଓଡ଼ି ୦୨ପି- ୭୬୩୧)କୁ ଜବତ କରିବା ସହ କୁଞ୍ଜବନ ଗ୍ରାମର ଡ୍ରାଇଭର ସନାତନ ସ୍ବାଇଁଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।