Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜ଼ିଲ୍ଲାପ୍ରେସ କ୍ଲବ ର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ l 4

ଖୋର୍ଦ୍ଧା, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ଜ଼ିଲ୍ଲାପ୍ରେସ କ୍ଲବ ର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ lଖୋର୍ଦ୍ଧା-26/4-ଜ଼ିଲ୍ଲା ପ୍ରେସ କ୍ଲବ ର ଏକ ଗୁରୁତ୍ୱପୂର୍ଣ ବୈଠକ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ପ୍ରେସ କ୍ଲବର ଆଗାମୀ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ରାଜ୍ୟସରକାର ଙ୍କର ସାମ୍ବାଦିକ ମାନଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରିବା ନିଷ୍ପତି କୁ ଏହି ବୈଠକ ରେ ସମ୍ମତ ଗ୍ରହଣ କରାଯାଇନ ଥିଲା l ଏ ସଂପର୍କ ରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ଏହା ସହିତ, ଦେଶ ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଙ୍କର ସମସ୍ତ ନିଷ୍ପତି କୁ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଦୃଢ ସମର୍ଥନ କରାଯାଇଥିଲା l ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଲବ ର ଉପଦେଷ୍ଟା ତପନ କୁମାର ନାୟକ, ଉପ-ସଭାପତି ଲଳିତ ମୋହନ ମହାପାତ୍ର, ପ୍ରସନ୍ନ କୁମାର ପାଇକରାୟ, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ୍ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ମହମ୍ମଦ ମୋତାହାର ଯୁସୁଫ, ଶୁଭକାନ୍ତ ମହାପାତ୍ର, ସୟଦ ଲିୟାକତ ଅଲ୍ଲୀ,ରଞ୍ଜିତ ପାଟଶାଣୀ, କୁତୁବୁଦ୍ଦିନ ଖାଁ,ଈଶ୍ୱର ଚନ୍ଦ୍ର ମଙ୍ଗରାଜ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲା ପ୍ରେସ କ୍ଲବ ର ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା ପ୍ରେସ କ୍ଲବ ର ସମସ୍ତ ସଭ୍ୟ ଙ୍କ ସହଯୋଗ ରେ ଆଗାମୀ ବର୍ଷ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବାକୁ ଉପଦେଷ୍ଟା ତପନ ନାୟକ ଙ୍କ ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା।ଖୋର୍ଦ୍ଧା ରୁ ବିଜୟ ବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ
Article Image
Article Image