Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଜସ୍ଵ ନିରୀକ୍ଷକଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ

ନାଉଗାଁ, ୧୬/୫: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ରାଜସ୍ଵ ନିରୀକ୍ଷକଙ୍କୁ ଆକ୍ରମଣ ହୋଇଥିବା ନାଉଗାଁ ତହସିଲ ପକ୍ଷରୁ ନାଉଗାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଉକ୍ତ ଆରଆଇଙ୍କ ଅଧିନରେ ଥିବା ଓଷକଣା ମୌଜାରେ ଜୈନିକ ବ୍ୟକ୍ତି ସରକାରୀ ସ୍ଥାନରୁ ଗଛ କାଟି ଗୃହ ନିର୍ମାଣ କରୁଥିବାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ନାଉଗାଁ ତହସିଲିଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତକରି ତହସିଲିଦାରଙ୍କ ନିର୍ଦ୍ଦେଶ କ୍ରମେ ଡେରିକି ଆରଆଇ ରାଜେଶ କୁମାର ସାହୁ ତାଙ୍କ କର୍ମଚାରୀ ମାନଙ୍କ ସହିତ ଶୁକ୍ରବାର ସକାଳେ ଉକ୍ତ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ। ମାତ୍ର ସେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସମୟରେ ଗୃହ ନିର୍ମାଣ କରୁଥିବା ହୃଦାନନ୍ଦ ନାୟକ ଓ ତାଙ୍କ ସାଥୀ ମୂତୁଣିଆ ଅଞ୍ଚଳର କ୍ଷୀରୋଦ ଦଳାଇ ନାମକ ବ୍ୟକ୍ତି ଆରଆଇ ଶ୍ରୀ ସାହୁ ଓ ତାଙ୍କ କର୍ମଚାରୀ ମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ କରିବା ସହିତ ବାଉଁଶ ଧରି ଆକ୍ରମଣ କରିଥିଲେ। ଯାହାକୁନେଇ ଶ୍ରୀ ସାହୁ ଏସମ୍ବନ୍ଧରେ ନାଉଗାଁ ତହସିଲିଦାରଙ୍କୁ ଏକ ଲିଖିତ ଅଭିଯୋଗ କରିବାପରେ ନାଉଗାଁ ତହସିଲିଦାରଙ୍କ ପକ୍ଷରୁ ଏନେଇ ନାଉଗାଁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ନାଉଗାଁ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।