Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସହିଦ ଶ୍ରଦ୍ଧାଞ୍ଜଳି ସଭା। 2

ରାଇରଙ୍ଗପୁର, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ସହିଦ ଶ୍ରଦ୍ଧାଞ୍ଜଳି ସଭା।ରାଇରଙ୍ଗପୁର ୧୬.୦୫.୨୦୨୫ ଶୁକ୍ରବାର ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ପ୍ରାଙ୍ଗଣରେ ସହିଦ ବୁନ୍ଦୁରାମ ସୋରେନଙ୍କ ଶ୍ରଦ୍ଧାଞ୍ଜଳି ସଭା " ସହିଦ ନୁନ୍ଦୁରାମ ସୋରେନ ଟ୍ରଷ୍ଟ" ଆନୁକୁଲ୍ୟରେ ଆୟୋଜନ କରାଯାଇ ଥିଲା । ଏଥିରେ ଅବସର ପ୍ରାପ୍ତ ସ୍ଥଳସେନା ମେଜର ମହେନ୍ଦ୍ର ନାଥ ମହାନ୍ତ ସଭାପତିତ୍ଵ କରିଥିଲେ । ମୁଖ୍ୟଅତିଥି ଡ. ଦିଗମ୍ବର ଗିରି, ସମ୍ମାନୀତ ଅତିଥି ରୂପେ ସୀମା ସଡ଼କ ସଂଗଠନ ବିଭାଗର ଅବସରପ୍ରାପ୍ତ ଏ.ଏ.ଓ. ରଘୁନାଥ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ତିମିର ରଞ୍ଜନ ପଣ୍ଡା, ଶିକ୍ଷକ ରଞ୍ଜନ କୁମାର ନନ୍ଦ ଏବଂ କୋରକମିଟୀ ସଦସ୍ୟ ମୋଚିରାମ ମାଝୀ, ପ୍ରତାପ ଚନ୍ଦ୍ର ହେମ୍ବ୍ରମ, ଦୀବବନ୍ଧୁ ଗିରି, ରବୀନ୍ଦ୍ର କୁମାର ମୁଖୀ ତଥା ଅଧ୍ୟାପକ ବିଜୟ କୁମାର ରାମ ଓ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । କୋରକମିଟୀ ସଦସ୍ୟ ଗଣେଶ ମିଶ୍ର ତାଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ । ମୁଖ୍ୟ ଟ୍ରଷ୍ଟି ମନରଞ୍ଜନ ହାଁସଦାଃ ସ୍ଵାଗତ ସମ୍ଭାଷଣ ରଖିଥିଲେ । କୋରକମିଟୀ ସଭ୍ୟ ଗୋପାଳକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ଯାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ
Article Image