Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ୩୦ବର୍ଷ ପରେ ଅବସର ନେଲେ ପାଚିକା ମୂଷି ବେୱା
କାକଟପୁର ୧୬/୫ (ତୁଷାର ଦୀକ୍ଷିତ )ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ର ଦୁଇ ନମ୍ବର ଅଙ୍ଗନବାଡି କେନ୍ଦ୍ର ର ପାଚିକା ମୂଷି ବେୱା ତିରିଶି ବର୍ଷ ଚାକିରୀ କରିସାରିବା ପରେ ୧୪ତାରିଖ ଦିନ ଅବସର ନେଇଛନ୍ତି। ସେ ଜଣେ ଉତ୍ତମ ବ୍ୟକ୍ତିତ୍ୱ ଥିବାରୁ ଅବସର ପରେ ତାଙ୍କ ସହକର୍ମୀ ମାନେ ଦୁଃଖ ପ୍ରକାଶ କରିଥିଲେ।ଏହି ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ୱାଡ଼ ସଭ୍ୟ ସମାଜ ସେବି ମନୋଜ ବିଶ୍ୱାଳ,ମାଆ ଲକ୍ଷ୍ମୀ କ୍ଳବ ସଭାପତି ତରୁଣ ତପନ ସ୍ୱାଇଁ,ସମସ୍ତ କେନ୍ଦ୍ର ର କର୍ମୀ, ସହାୟିକା,ଆଶା କର୍ମୀ, ଯାଞ୍ଚ କମିଟି ସଦସ୍ୟ,ମାତୃ କମିଟି ସଦସ୍ୟ, ଏସ ଏଚ ଜି ଗ୍ରୁପ ସଦସ୍ୟ,ମାନେ ଉପସ୍ଥିତ ରହି ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦେଇଥିଲେ।