Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଅଗ୍ନିକାଣ୍ଡ ଘଟାଇ ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଅଭିଯୁକ୍ତ ଗିରଫ 2

କାକଟପୁର, 16/05/2025, ବିକ୍ରମ ଓଡ଼ିଶା ନିୟୁଜ: ଅଗ୍ନିକାଣ୍ଡ ଘଟାଇ ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଅଭିଯୁକ୍ତ ଗିରଫ
Article Image
କାକଟପୁର ୧୬/୫ : ତୁଷାର ଦୀକ୍ଷିତ : ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ ଓଳିହାଁ ଗ୍ରାମ ବାବା ଐଶାନେସ୍ୱର ଶୈବ ପିଠ ସାମ୍ନା ରେ ଆଜି ରାତ୍ର ୩ଘଟିକା ୩୦ ମିନିଟ ସମୟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ କାଣ୍ଡ, ଏହି ଗ୍ରାମ ର କ୍ଷେତ୍ରବାସୀ ବେହେରା ଙ୍କ ୩୮ ବର୍ଷୀୟ ପୁଅ ପ୍ରଭାତ ବେହେରା ଦୀର୍ଘ ବର୍ଷ ହେବ ଏହି ଶିବ ମନ୍ଦିର ସାମ୍ନା ରେ ଏକ ପୂଜା ସାମଗ୍ରୀ ଓ ଭେରାଇଟି ଷ୍ଟୋର ଦୋକାନ କରି ରୋଜଗାରକ୍ଷମ ଥିଲେ ମାତ୍ର ସେହି ସ୍ଥାନ ରେ ଦୁର୍ଯ୍ୟୋଧନ ମହାନ୍ତି ଙ୍କ ୩୦ ବର୍ଷୀୟ ପୁଅ କୃଷ୍ଣଚନ୍ଦ୍ର ମହାନ୍ତି ଆଉ ଏକ ଦୋକାନ ଖୋଲି ବ୍ୟବସାୟ କରୁଥିଲେ, କିନ୍ତୁ ଏହି ୨ ଜଣଙ୍କ ଭିତରେ ଦୀର୍ଘ ବର୍ଷ ହେବ ବ୍ୟବସାୟିକ ଶତୃତା ଲାଗିରହିଥିଲା, ଗୁରୁବାର ଦିନ ବାବା ଐସାନେଶ୍ଵର ଙ୍କ ପିଠ ରେ ନାମ ସଂକୀର୍ତ୍ତନ ଚାଲିଥିଲା ରାତ୍ର ୧:୩୦ ମିନିଟ ସମୟ ରେ ସଂକୀର୍ତ୍ତନ ବିଶ୍ରାମ ହେବା ପରେ ଭକ୍ତ ମାନେ ନିଜ ନିଜ ଘରକୁ ଯାଇଥିଲେ ମାତ୍ର ରାତ୍ର ୩:୩୦ ସମୟ ରେ ଏକ ବିସ୍ଫୋରଣ ର ଶବ୍ଦ ଶୁଣି ବାହାରକୁ ଦୌଡ଼ି ଆସି ଦେଖିଥିଲେ ପ୍ରଭାତ ଙ୍କ ଦୋକାନ ହୁତୁହୁତୁ ହୋଈ ଜଳୁଛି, ସ୍ଥାନୀୟ ଲୋକ ପାଣି ଆଣି ପକାଇ ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ମାତ୍ର ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଶେଷ ରେ ଦମକଳ ର ସାହାଯ୍ୟ ମାଗିଥିଲେ, ନିକଟସ୍ଥ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ କିନ୍ତୁ ଦୋକାନ ରେ ହାରାହାରି ୫ ଲକ୍ଷ ଟଙ୍କା ର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା, ପରିଶେଷରେ ପ୍ରଭାତ କୁମାର ବେହେରା ଙ୍କ ତରଫରୁ ଅସ୍ତରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିଲା, ଅଭିଯୋଗ ପରେ ଅସ୍ତରଙ୍ଗ ଓ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଦୀର୍ଘ ସମୟ ପରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତି ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଗ୍ରାମବାସୀ ମାଧ୍ୟମ ରେ ଉଦ୍ଧାର ହୋଇଥିଲା ଓ ସ୍ଥାନୀୟ ପୋଲିସ ଅଭିଯୁକ୍ତ କୁ ଗିରଫ କରି ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଇଥିଲେ ମାତ୍ର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ୨ ଜଣ ପୋଲିସ କର୍ମୀ ଙ୍କ ସହାୟତା ରେ ଆମ୍ବୁଲାନ୍ସ ଦ୍ୱାରା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି, ଏ ଘଟଣା ରେ ୯୫/୨୫ ରେ କେଶ ପଞ୍ଜିକରଣ କରାଯାଇ ତଦନ୍ତ ଚାଲୁରହିଛି ଆଉ ଗିରଫ ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ କୋର୍ଟ ଚାଲାଣ ହେବେ ବୋଲି ତଦନ୍ତକାରି ପୋଲିସ ଅଧିକାରୀ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି l
Article Image