Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: : ରାଇରଙ୍ଗପୁର ରେ ସ୍ବାଭିମାନ ଦିବସ ପାଳିତ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ l ସେ ୧୮୪୮ ମସିହା ଆଜିର ଦିନରେ କଟକ ଜିଲ୍ଲାର ସତ୍ଯଭାମାପୁର ଠାରେ ଜନ୍ମଗ୍ରହଣ କରିଥିଲେ l ମଧୁବାବୁ ଥିଲେ ଓଡିଆ ଭାଷା ଆନ୍ଦୋଳନର ମୁଖ୍ଯ ପୁରୋଧା l ସେ ଥିଲେ ଓଡିଶାର ପ୍ରଥମ ବାରିଷ୍ଟର l ତାଙ୍କ ଉଦ୍ଯମରେ ୧୯୦୩ରେ ଉତ୍କଳ ସମ୍ମିଳନୀ ଜନ୍ମ ନେଇଥିଲା lଫଳସ୍ବରୂପ ୧୯୩୬ ଏପ୍ରିଲ ପହିଲାରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ଯ ମାନ୍ଯତା ମିଳିଥିଲା l ସେ ନାରୀ ସଶକ୍ତୀକରଣ, ଧର୍ମନିରପେକ୍ଷତା ଓ ସାଂପ୍ରଦାୟିକ ସଦଭାବନାର ଜଣେ ମୁଖ୍ଯ ସମର୍ଥକ ଥିଲେ l ଓଡିଆଙ୍କ ହୁଦୟରେ ଦେଶାତ୍ମବୋଧ ଭାବନା ଉଦ୍ରେକ କରିବାକୁ ଉତ୍କଳ ସନ୍ତାନ, ଜାତି ଇତିହାସ, ଜ୍ଞାନୀର ଉକ୍ତି ଭଳି ଶକ୍ତିଶାଳୀ କବିତା କରିତା ରଚନା କରିଥିଲେ l ତାଙ୍କର ଜନ୍ମ ଜୟନ୍ତୀ ଓଡିଶାର ପୁରପଲ୍ଲୀରେ ଧୁମଧାମରେ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ସମ୍ବାଦ ସାହିତ୍ଯଘର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ବରେ କଚେରୀ ନିକଟସ୍ତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ସମସ୍ତ ସଦସ୍ଯ ଏକଜୁଟ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ତାଙ୍କର ଦିଗଦର୍ଶନ ସଂପର୍କରେ ସମ୍ଯକ ଆଲୋଚନା କରିଥିଲେ l ଏଥିରେ ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ତୁଷାରକାନ୍ତ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ଶିକ୍ଷକ ରଂଜନ କୁମାର ନନ୍ଦ, ଅଧ୍ଯାପକ ବିଜୟ କୁମାର ରାମ, ଗତିକୁଷ୍ଣ ମହାନ୍ତ, ଶ୍ଯାମଳେନ୍ଦୁ ପରିଡା, ଗୋପାଳକୁଷ୍ଣ ମହାନ୍ତି, ସୁବାସ ଚନ୍ଦ୍ର ମହାନ୍ତ, ରବୀନ୍ଦ୍ର କୁମାର ମୁଖୀ, ଶ୍ଯାମସୁନ୍ଦର ମଣ୍ଡଳ, ନଗେନ୍ଦ୍ର କୁମାର ନନ୍ଦ ଓ ଦଶରଥ ଗୋରାଇ ପ୍ରମୁଖ ଉପସ୍ଥିତ ରହି ଥିଲେ l ମୟୂରଭଞ୍ଜ ରାଇକରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

