Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତ୍ତୋଲ ବିଜେଡି ରେ ହଇଚଇ ବିଧାୟକଙ୍କ ବିରୋଧରେ ଏକଜୁଟ 2

ତିର୍ତ୍ତୋଲ, 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ବିଜେଡି ରେ ହଇଚଇ ବିଧାୟକଙ୍କ ବିରୋଧରେ ଏକଜୁଟ !
Article Image
ତିର୍ତ୍ତୋଲ-୧୭/୫-(ରିପୋର୍ଟ-ଟୁକନ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡି ରେ ଘଣ୍ଟାକେ ଘୋଡା ଛୁଟୁଛି । ଜେବେଠାରୁ ନୂତନ ବିଧାୟକ ଭାବେ ରମାକାନ୍ତ ଭୋଇ ନିର୍ବାଚିତ ହେଲେଣି ସେବେଠାରୁ ତାଙ୍କର ପୁର୍ବତନ ବିଧାୟକ ଟିକେଟ ଦେଇ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ,କିଛି ସରପଞ୍ଚ ଓ ସମିତି ସଭ୍ୟ ରମାକାନ୍ତ ଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି ।ସେହିପରି ଗତକାଲି ରମାକାନ୍ତ କିଛିକିଛି ହାତଗଣତି ନେତାଙ୍କୁ ନେଇ ଜଗତସିଂହପୁର ର ଏକ ନିବୁଜ କୋଠରୀ ରେ ଦଳୀୟ ସଭା ଆୟୋଜନ କରୁଥିବା ବେଳେ ଆଉ କିଛି ପ୍ରତିନିଧି କୁ ଡାକିଥିଲେ ମଧ୍ୟ କିଛି ପ୍ରତିନିଧିମାନେ ଯାଇନଥିଲେ । ଏପଟେ ରାତି ଅଧିଆ ବିଧାୟକ ବିରୋଧୀ ମାନେ ତିର୍ତ୍ତୋଲ ରେ ସଭାକରୁଥିବା ଦେଖିବାକୁ ମିଳିଛି । କାରଣ ବିଧାୟକ ରମାକାନ୍ତ ଦଳୀୟ କର୍ମୀ ଙ୍କୁ ନିର୍ବାଚନ ପରେ ପରେ ଅଣଦେଖା କରୁଥିବା ଦେଖିବାକୁ ମିଳିଥିଲା !କେବଳ ଜିଲ୍ଲା ପରିଷଦ ନୁହେଁ ବ୍ଳକ ସଭାପତି ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ମଧ୍ୟ ବିଧାୟକ ଅଣଦେଖା କରିବା ଓ ସଭା ସମିତି ରେ ଡାକୁନଥିବା ଶୁଣିବାକୁ ମିଳିଛି । ଏହାଭିତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ରାଜଶ୍ରୀ ଓ ବିଜୟ ଙ୍କ ଯୁବ,ଛାତ୍ର ବିଜେଡିର ସମର୍ଥକ ରମାକାନ୍ତ ଙ୍କ ପାଖରେ ଦେଖିବାକୁ ମିଳୁ ନଥିବା ବେଳେ,ଆଗକୁ ସମସ୍ତେ ଏକଜୁଟ ହୋଇ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଥିବା ଭୀତିରି ଶୁଣିବାକୁ ମିଳୁଛି । ଆଗମୀ ଦିନରେ ବିଧାୟକ ଙ୍କୁ ଏରିଆ ନ ପୁରାଇ ଦେବାକୁ ଯୋଜନା ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ତିର୍ତ୍ତୋଲ ରେ ବିଜେଡି ର ଏଭଳି ଅବସ୍ଥା କୁ ଦୃଷ୍ଟିରେ ରଖି ନିକଟରେ ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ କିଛି ବରିଷ୍ଟ ପୂର୍ବତନ ବିଧାୟକ ଶଙ୍ଖ ଭବନ ଡକାଇଥିବା ବେଳେ ପୂର୍ବତନ ବିଧାୟକ ଙ୍କ ଶଙ୍ଖ ଭବନରେ ଅନୁପସ୍ଥିତ ତିର୍ତ୍ତୋଲ ରାଜନୀତି ରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି । ଆଗମୀ ଦିନରେ ଦଳର ସୁପ୍ରିମୋ ଏହାକୁ କିଭଳି ଢଙ୍ଗରେ ନେଉଛନ୍ତି ଦେଖିବାକୁ ବାକି ରହିଲା ।