Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଚମ୍ପାପୁର, 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗାନ୍ଧି ଶିକ୍ଷାଶ୍ରମର ପୁରାତନ ଛାତ୍ରଛାତ୍ରୀମାନଙ୍କ ମହାମିଳନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ

୧୯୩୪ ମସିହା ମେ' ୨୧ ତାରିଖ ଦିନ ଜାତିର ଜନକ ମହାତ୍ମା ଗାନ୍ଧି ହରିଜନ ପଦଯାତ୍ରା କାର୍ଯ୍ୟକ୍ରମରେ ଆସି ଆମ ଅଞ୍ଚଳରେ ପହଞ୍ଚି ଥିଲେ । ସ୍ଥାନୀୟ ବୈରୀ ଷ୍ଟେସନରେ ଓହ୍ଲାଇ ପଦଯାତ୍ରାରେ ଆସି ଏହି ଗାନ୍ଧି ସେବାଶ୍ରମରେ ଦିନ ଅତିବାହିତ କରିବା ସହ ଚମ୍ପାପୁର ଠାରେ ଏକ ବିଶାଳ ଜନସଭାରେ ଅଚଲବାସୀକୁ ଉଦବୋଧନ ଦେଇଥିଲେ । ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ମହାନ ବିପ୍ଲବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଗାନ୍ଧୀ ସେବାଶ୍ରମକୁ ଗାନ୍ଧି ଶିକ୍ଷାଶ୍ରମରେ ରୂପାନ୍ତରିତ କରିଥିଲେ, ଯାହା ଆମ ଅଞ୍ଚଳର ଦୁଷ୍ପ୍ରାପ୍ୟ ଥିଲା, ତାକୁ ଆମେ ସହଜ ଭାବରେ ପାଇବା ସହ ଗରିବ ପିଲାଟିଏ ମେଧାବୀ ହୋଇ ସ୍ବାବଲମ୍ବି ହୋଇ ପାରିଛନ୍ତି । ଏହି ଗାନ୍ଧି ଶିକ୍ଷାଶ୍ରମ ଆମ ଅଞ୍ଚଳର ଶିକ୍ଷାର ଜୀବନ ରେଖା । ତା'ର ସୁରକ୍ଷା ଓ ନୈତିକତା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ବ । ତେଣୁ ଗାନ୍ଧୀଙ୍କର ଏହି ଦିନଟିର ସ୍ମୃତି ଉଦ୍ଦେଶ୍ୟରେ କଇଥା-ଚମ୍ପାପୁର ଗାନ୍ଧି ଶିକ୍ଷାଶ୍ରମର ସମସ୍ତ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆସନ୍ତା ମେ' ୨୧ ତାରିଖ ସକାଳ ୯ଟାରେ ଗାନ୍ଧି ଶିକ୍ଷାଶ୍ରମ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଛାତ୍ର ମହାସମାବେଶ ଆୟୋଜନ କରାଯାଇଛି । ଏହି ସଭାରେ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ସାମଲ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂଯୋଜକ ଡ. ବିଶ୍ବଜିତ୍ ରାୟ, ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀଯୁକ୍ତ ବିଜୟାନନ୍ଦ ସିଂହ, ଟେଟ୍ରା ହେଡ୍ରେନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଦେବେ ବେହେରା, ଛତିଆ ଜଗନ୍ନାଥ ସୃଷ୍ଟି ଧର୍ମର ସଂସ୍ଥାପିକା କୁମାରୀ ଅପର୍ଣ୍ଣା ଓ କେସିଜିଏସର ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ଧ୍ରୁବ ଚରଣ ପ୍ରଧାନ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶ, ବିଶେଷକରି ଆମର ଏହି ଗାନ୍ଧି ଶିକ୍ଷାଶ୍ରମ ତଥା ଏହି ଅଞ୍ଚଳରେ ଗାନ୍ଧିଜୀଙ୍କ ଗୁରୁତ୍ବକୁ ନେଇ ଉଦବୋଧନ ଦେବେ. ତେଣୁ ଦେଶ ଓ ଦେଶ ବାହାରେ ଥିବା ଗାନ୍ଧି ଶିକ୍ଷାଶ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ଉତ୍ସାହ ଆଣି ଦେଇଛି.