Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ 1

ତିର୍ତ୍ତୋଲ, 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକତିର୍ତ୍ତୋଲ-୧୭/୫-(ରିପୋର୍ଟଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ ନୂଆବଜାର ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି।ଓଜେୟୁ ପାରାଦୀପ ଶାଖାର ସଭାପତି କରମେଶ୍ବର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଜେୟୁ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ ଯୋଗ ଦେଇଥଲେ।ସାମ୍ବାଦିକ ମାନଙ୍କର ବୃତ୍ତିଗତ, ଅର୍ଥନୈତିକ, ପାରିବାରିକ, ସାମାଜିକ ଆଦି ସମସ୍ୟା ଗୁଡିକର ସମାଧାନ ପାଇଁ ଆଲୋଚନା କରିବା ସହ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ସରକାରଙ୍କ ନିକଟରର ଦାବି ପ୍ରଦାନ କରିବା ସହିତ ଚାପପ୍ରୟୋଗ କରି ଦାବି ହାସଲ କରିବା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରହରାଜ ଆଲୋଚନା କରିଥିଲେ ।ପାରାଦୀପ ସଙ୍ଗଠନ କୁ କିଭଳି ସୁଦୃଢ କରାଯିବ, ଆଗକୁ ପାରାଦୀପ ୟୁନିଟ୍ର ର ସମସ୍ତ ସାମ୍ବାଦିକ ଭାଇ ମାନଙ୍କର କିଭଳି ସହଯୋଗ ଜାରି ରହିବ ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ କୁ ସାମ୍ବାଦିକ ଆଲୋକ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ସମୀର କୁନାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଓଜେୟୁ ପାରାଦୀପ ଶାଖାର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା
Article Image