Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

କାକଟପୁର ୧୭।୫(ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ଥାନା ତାଳଦା ପଞ୍ଚାୟତ କୂଳସାହି ଗ୍ରାମର ମାନସିକ ବିକାରଗ୍ରସ୍ତ ନିଖୋଜ ବୃଦ୍ଧା ହାରାମଣି ବିଶ୍ବାଳ(୭୫) ଗଳିତ ମୃତ ଦେହ କାକଟପୁର ଥାନା ଲତାହରଣ ଗ୍ରାମ ବାଲି ପଡ଼ିଆରୁ ଆଜି ଉଦ୍ଧାର କରାଯାଇଛି।ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ କାକଟପୁର ଥାନା ଅଧିକାରୀ ଉମେଶ ସାହୁ ଫରେନ୍ସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ପଞ୍ଚନମା କରିଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ସୂଚନା ଅନୁଯାୟୀ, କୂଳସାହି ଗ୍ରାମର ସ୍ବର୍ଗତ ପଙ୍କଜ ବିଶ୍ବାଳଙ୍କ ପତ୍ନୀ ହାରାମଣି ସାମାନ୍ୟ ମାନସିକ ବିକାରଗ୍ରସ୍ତ ହୋଇ ନିଜ ଗ୍ରାମରେ ଏକାକୀ ରହୁଥିଲେ।ଗ୍ରାମବାସୀମାନେ ବୃଦ୍ଧା ହାରାମଣିଙ୍କୁ ବିଭିନ୍ନ ସମୟରେ ଖାଦ୍ୟପେୟ ସହାୟତା କରୁଥିଲେ। ତାଙ୍କର ଏକମାତ୍ର ପୁଅ କଳ୍ପତରୁ(୫୭) ନିଜ ପରିବାର ସହ ପାରାଦୀପରେ ରହି ଛୋଟମୋଟ କାମ କରୁଥିଲେ। ଗତ ୧୫ ଦିନ ତଳୁ ହାରାମଣି ଗ୍ରାମରୁ କେଉଁ ଆଡ଼କୁ ପଳାଇ ଯାଇଥିବା ଗ୍ରାମବାସୀ କହିଛନ୍ତି।ତେବେ ଆଜି ସକାଳୁ ନିକଟସ୍ଥ ଲତାହରଣ ଗ୍ରାମର ଶେଷ ମୁଣ୍ଡରେ ଅବସ୍ଥିତ ବାଲି ପଡ଼ିଆରେ ତାଙ୍କ ଗଳିତ ମୃତଦେହ ପଡ଼ିଥିବା ଗ୍ରାମବାସୀମାନେ ଦେଖିଥିଲେ। ଶାଢୀ ପରିହିତା ବୃଦ୍ଧାଙ୍କ ମୃତଦେହ ସମ୍ପୂର୍ଣ ଶୁଖିଯାଇ ବିକୃତ କଙ୍କାଳରେ ପରିଣତ ହୋଇଥିବା ବେଳେ ସେ ବ୍ୟବହାର କରୁଥିବା ବାଡ଼ିଟି ସେଠାରେ ପଡ଼ିଥିଲା।ପୁଲିସ ଉପସ୍ଥିତିରେ ବୃଦ୍ଧାଙ୍କ ପୁଅ କଳ୍ପତରୁ ନିଜ ମା' ଙ୍କ ଶବ ଚିହ୍ନଟ କରିଥିଲେ।