Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଭାରତୀୟ ଜନତା ପାର୍ଟି ଆନୁକୁଲ୍ୟ ରେ ଜିଲ୍ଲା ସ୍ତରୀୟ ଚାଷି ସମାବେଶ । 2

ତିର୍ତ୍ତୋଲ, 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ଭାରତୀୟ ଜନତା ପାର୍ଟି ଆନୁକୁଲ୍ୟ ରେ ଜିଲ୍ଲା ସ୍ତରୀୟ ଚାଷି ସମାବେଶ ।
Article Image
ତିର୍ତ୍ତୋଲ ତା୧୭/୦୫ (ରିପୋର୍ଟ-ଟୁକନ ସେଠୀ)- ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ତିର୍ତ୍ତୋଲ ସ୍ଥିତ ବିଣାପାଣି ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ବିଶାଳ ଚାଷି ସମାବେଶ ଅନୁଷ୍ଠିତ ହୋଇଯାଇଅଛି । ଜଗତସିଂହପୁର କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତପନ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କର ଖାଦ୍ୟ, ଯୋଗାଣ , ବିଜ୍ଞାନ ବୈଷୟିକ ବିଭାଗ ମାନ୍ୟବର ମନ୍ତ୍ରୀ କୃଷ୍ଣ ନନ୍ଦ୍ର ପାତ୍ର ଏବଂ ସନ୍ତାନୀୟ ଅତିଥିଭାବେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ଜଗତସିଂହପୁର ଲୋକପ୍ରିୟ ବିଧାୟକ ମାନ୍ୟବର ଅମରେନ୍ଦ୍ର ଦାସ ଏବଂ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଯୋଗଦେଇଥିଲେ । ବକ୍ତାମାନେ ବକ୍ତବ୍ୟ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋକ ପାତ କରିଥିଲେ । ରାଜ୍ୟଶ ଭାରତୀୟ ଜନତା ପାର୍ଟି ନିର୍ବାଚ଼ନ ରେ ଦେଇଥିବା ପ୍ରତିଶୃତି ଅନୁଯାୟୀ ଧାନ ର ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ଟ୩୧୦୦/- ଙ୍କା ଚାଷି ମାନଙ୍କୁ ପ୍ରଦାନ କରାଯାଇଅଛି । ଧାନବିକ୍ର ର ୪୮ ଘଣ୍ଟା ମଧ୍ୟରେ ସମସ୍ତ ପଞ୍ଜିକୃତ ଚାଷି ଅର୍ଥ ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହିତ ଚାଷିମାନଙ୍କର କଲ୍ୟାଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟସରକାର ଙ୍କର ଜନହିତ କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଉକ୍ତ ସଭାରେ ଜିଲ୍ଲା ର ବରିଷ୍ଠ ଚାଷି ରୋହିତ ମହାରଣା , ଜିଲ୍ଲାର ବୟୋଜ୍ୟେଷ୍ଠ ସମାଜ ସେବୀ ପତିତପାବନ ହୋତାଙ୍କୁ ମାନପତ୍ର ଏବଂ ଉତ୍ତରିୟ ଦେଇ ଅତିଥିମାନେ ସମୂର୍ଦ୍ଧିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜିକା ଜୟଲକ୍ଷ୍ମୀ ମହାନ୍ତି ସଂଚାଳନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ପୁଲିନ ପ୍ରକାଶ ପୁହାଣ, ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ଦାଶ, ନାରୀନେତ୍ରୀ ସ୍ମିତା ପ୍ରଧାନ ଏବଂ ବିଜେକା ନନ୍ଦ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ ।