Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 17/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଳ ଭଣ୍ଡାର ଦାବୀ ସମାବେଶ ଶିବିରରେ ପ୍ରତିଭା ସ୍ୱୀକୃତି ପତ୍ର ପାଇବେ 10ସାମ୍ବାଦିକ 10ସମାଜ ସେବୀ |ଯୋଗଦେବେ 40ରୁ ଅଧିକ ସାମ୍ବାଦିକ |,
~~~~~~~~~~~~~,ଜଗତସିଂହପୁର,/ନିଆଳି 17/5ଦେଵୀନଦୀ ରେ ଦେବୀଦଳ ଓ କନ୍ଦଳ ନଦୀ ର କୁଣ୍ଡିମୁଂହ ଠାରେ
ପ୍ରାଚୀ.. ତଅଁଳ ନଦୀରେ ଚେକ ଡ୍ୟାମ ଓ ଆଡି ବନ୍ଧ ନିର୍ମାଣ ପାଇଁ ଓଡିଶା ର ମୁଖ୍ୟ ମନ୍ତ୍ରୀ ଙ୍କୁ ଦରଖାସ୍ତ ଦିଆଯିବ |ବିଧାୟକ ନିଆଳି ଛବି ମଲ୍ଲିକ ବିଧାୟକ ଜଗତସିଂହପୁର ଅମରେନ୍ଦ୍ର ଦାସଙ୍କୁ ଅନୁରପ ଦରଖାସ୍ତ ଦିଆଯିବ |ଦସ୍ତଖତ ସଂଗ୍ରହ ପାଇଁ ପହଁଗା ବଢ଼େଇସାହି କୁତ୍ତାମଚଣ୍ଡୀ ମନ୍ଦିର ରେ ଆସନ୍ତା ଜୁନ ଏକ ତାରିଖ ରବିବାର ଦିନଏକ ସମାବେଶ ହେବ |40ରୁ ଅଧିକ ସାମ୍ବାଦିକ ଓ 100ରୁ ଅଧିକ ସମାଜସେବୀ ଓ ବରିଷ୍ଠ ନାଗରିକ ଯୋଗଦେବେ |ଚେକ ଡ୍ୟାମ ପାଇଁ ସ୍ୱର ଉଠାଇଥିବା ନିଆଳି ଅଞ୍ଚଳ ର 10ସାମ୍ବାଦିକ ଓ 10ସମାଜ ସେବିଙ୍କୁ ପ୍ରତିଭା ସ୍ୱୀକୃତି ପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସ୍ଥିର ହୋଇଛି ବୋଲି ଉପକୂଳ ଓଡିଶା ବିକାଶ ପରିଷଦ ର ଆବାହକ ସରୋଜ ନାୟକ ସୂଚନା ଦେଇଛନ୍ତି ଓ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଗଣ ମାଧ୍ୟମ ଜରିଆରେ ସ୍ଥାନୀୟ ସମାଜ ସେବିଙ୍କୁ ନିବେଦନ କରିଛନ୍ତି |