Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନବନିର୍ମାଣ କୃଷକ ସଂଗଠନ ତରଫରୁ ଜୟ ଯବାନ ଜୟ କିଷାନ ମହା ସମାବେଶ 1

ଢେଙ୍କାନାଳ, 18/05/2025, ବିକ୍ରମ ଓଡ଼ିଶା ନିୟୁଜ: ନବନିର୍ମାଣ କୃଷକ ସଂଗଠନ ତରଫରୁ ଜୟ ଯବାନ ଜୟ କିଷାନ ମହା ସମାବେଶଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାର ଙ୍କ ନେତୃତ୍ୱ ରେ ଢେଙ୍କାନାଳ ସ୍ଥିତ ବରଦା ଛକ ମଙ୍ଗଳା ମନ୍ଦିର ରୁ ଏକ ବିଶାଳ ରାଲି ବାହାରି ଗେଙ୍ଗୁଟିଆ ଶନି ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ମହାସମାବେଶ ଅନୁଷ୍ଠିତ ହୋଇଅଛି,
Article Image
ଯେଉଁଥିରେ ଆଜି ସୀମାରେ ଯବାନ ମାନେ ଯୁଦ୍ଧ କରୁଥିବା ବେଳେ ଚାଷୀ ମାନେ ଜମି ରେ ଯୁଦ୍ଧ କରି ସାରା ଦେଶକୁ ଖାଦ୍ୟ ଯୋଗାଉଛନ୍ତି କିନ୍ତୁ ସରକାର ଯବାନ ମାନଙ୍କ ପ୍ରତି ଯେତିକି ସମ୍ବେଦନଶୀଳ ଚାଷୀ ଙ୍କ ପ୍ରତି ନୁହେଁ କହି ଚିତ୍କାର କରିଥିଲେ ଚାଷୀ ନେତା ନବନିର୍ମାଣ କୃଷକ ସଂଗଠନ ର ପ୍ରତିଷ୍ଠାତା ଏବଂ ଆଜି ସମାବେଶ ର ମୁଖ୍ୟ ଅତିଥି ଅକ୍ଷୟ କୁମାର ଙ୍କ ସହ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆଉ କହିଥିଲେ କେବେ ମିଳିବ ଚାଷୀଙ୍କୁ ସୁରକ୍ଷା ଭତ୍ତା ଆଉ କେବେ କରିବେ ବୃଦ୍ଧ ବୃଦ୍ଧା ଙ୍କ ବାର୍ଦ୍ଧକ୍ୟ ଭତ୍ତା ୫୦୦୦ ଟଙ୍କା ସରକାର ଇଲେକ୍ସନ ସମୟରେ ଦେଇଥିବା ପ୍ରତିଶୃତି କୁ କାର୍ଯ୍ୟକାରୀ କରି ପାରିଲେ ନାହିଁ କହି ସରକାର ଙ୍କ ଉପରେ ବହୁ ଅସନ୍ତୁଷ୍ଟ ହୋଇଥିଲେ ଚାଷୀ ନେତା ଅକ୍ଷୟ କୁମାର , ଅନ୍ୟ ପକ୍ଷରେ ଶେଷଦେବ ନନ୍ଦ ମଧ୍ୟ ବହୁ ବର୍ଷିଥିଲେ କହିଥିଲେ ସରକାର ପୁରୁଣା ବହି ରେ ନୂଆ ମଲାଟ ଲଗେଇବା ବ୍ୟବସ୍ଥା କରୁଛନ୍ତି କିନ୍ତୁ ଚାଷୀ କୁଳର ଉଦ୍ଧାର ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ସରକାର ସକ୍ଷମ ନୁହଁନ୍ତି , ଅନ୍ୟ ମାନଙ୍କ ମଧ୍ୟ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ର ପୂର୍ବତନ ଉପ କୁଳପତି ବିନାୟକ ରଥ କହିଥିଲେ ଯେଉଁ ପର୍ଯ୍ୟନ୍ତ ଚାଷୀ ଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବେ ନାହିଁ ସେବେ ପର୍ଯ୍ୟନ୍ତ ସରକାର ଙ୍କ କାଳ ସମାପ୍ତି ହେବାକୁ ଲାଗୁଚି ଏମିତି ସରୋଜ ଶତପଥୀ , ଡ଼ଃ ତୁଷାରକାନ୍ତ ନାୟକ, ସୋନ୍ଦର୍ଯ୍ୟ ଫାଉଣ୍ଡେସନ ଅଧକ୍ଷା ସ୍ମିତାରାଣୀ ସାମଲ, ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ ଆମ ଆଦମୀ ପାର୍ଟି ସଭାପତି ପଙ୍କଜ ନାୟକ , ଶ୍ରୀଧର ରାଉତ , ରଘୁନାଥ ସିଂ, ବାସନ୍ତୀ ସ୍ୱାଇଁ, ଚନ୍ଦ୍ରଶେଖର ବରାଳ , ବିଶିଷ୍ଟ ସମାଜ ସେବୀ ଅସତ୍ କୁମାର ରାଉତ ଏମିତି ଅନେକ ବକ୍ତା ନିଜର ଅଭିଭାଷଣ ରଖିଥିଲେ ଏବଂ ଶେଷ କୁ ଚନ୍ଦ୍ରଶେଖର ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ଭିତରେ ନୀଳମଣି ବରାଳ,କରୁଣାକର ମଲିକ, କୁମର ମଲିକ,ଅନିରୁଦ୍ଧ ସାହାଣୀ,କୃଷ୍ଣ ଚନ୍ଦ୍ର ସାହୁ, ଧରଣୀ ମଲିକ,ସୁରେଶ ମଲିକ,ଭୁବନ ଚାଷୀ ନେତା ରଥ ସେଠୀ,ହିନ୍ଦୋଳ ଚାଷୀ ନେତା , ଦୁଷ୍ମନ୍ତ ଗଡନାୟକ୍, ଶ୍ରୀପତି ପ୍ରଧାନ, ଅନିତା ପ୍ରଧାନ ଏମିତି ଶହ ଶହ ଚାଷୀ ଚାଷୀ ନେତୃତ୍ୱ ଯୋଗ ଦେଇଥିଲେ l ଢ଼େଙ୍କାନାଳ ରୁ ମାଳବିକା ବେହେରା ଙ୍କ ରିପୋର୍ଟ