ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପାରାଦୀପ ପୌରପାଳିକା ଓ ପାରାଦୀପ ବାର୍ ଆସୋସିଏସନ୍ ଦ୍ବାରା ମିଳିତ ଭାବେ ଉତ୍କଳଗୌରବ ମଧୁସୂଦନ ଦାଶଙ୍କ ୧୭୭ତମ ଜୟନ୍ତୀ ପାଳିତ 1

ପାରାଦ୍ୱୀପ , 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ପାରାଦୀପ ପୌରପାଳିକା ଓ ପାରାଦୀପ ବାର୍ ଆସୋସିଏସନ୍ ଦ୍ବାରା ମିଳିତ ଭାବେ ଉତ୍କଳଗୌରବ ମଧୁସୂଦନ ଦାଶଙ୍କ ୧୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି , ଏହି ଅବସରରେ ପାରାଦୀପ ଦୋଛକିସ୍ଥିତ ମଧୁସୂଦନ ପାର୍କଠାରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ମାଲ୍ୟାର୍ପଣ କରି ଥିଲେ, ଦୁଇ ଅନୁଷ୍ଠାନ ଦ୍ବାରା ଅନୁଷ୍ଠିତ ଆଲୋଚନା ଚକ୍ରରେ ପୌରହିତ୍ୟ କରିଥିଲେ ନଗରପାଳ ତଥା ପାରାଦୀପ ବାର୍ ଆସୋସିଏସନର ଉପସଭାପତି ବସନ୍ତ ବିଶ୍ବାଳ, ପାରାଦୀପ ବାର୍ ଆସୋସିଏସନ ସଭାପତି ତପନ କୁମାର ଦାଶ, ଉପସଭାପତି କୈଳାସ ସାହୁ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରିଷଦ କେଦାର ନାଥ ଜେନା, ସୁବ୍ରତ ପ୍ରଧାନ, ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ସର୍ବେଶ୍ବର ବଳିୟାରସିଂ, ଗୋଆ କାର୍ବନର ପରିଚାଳକ ଭେନୁଗୋପାଳ ନାଇଡୁ, ଲାଫିଙ୍ଗ କ୍ଲବ ସଭାପତି କୈଳାସ ମହାରଣା ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ତ୍ୟାଗପୂତ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ପୌରପାଳିକାର ପାରିଷଦଙ୍କ ସମେତ ପାରାଦୀପର ଆଇନଜୀବୀ, ସ୍ଥାନୀୟ ବ୍ୟକ୍ତିମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ।
Article Image
Article Image