ବାଲେଶ୍ଵର, 18/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଉକଣ୍ଢେଇ ବାହାଘରରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ବିଶାଳ ଶୋଭାଯାତ୍ରା

ଆସନ୍ତା ୨୩ ସନ୍ଧ୍ୟାରେ ୭ ରୁ ୯ ପର୍ଯ୍ୟନ୍ତ ୩ କିମି ଶୋଭାଯାତ୍ରାକଚେରୀ ବଜାର ମିଶନ ସ୍କୁଲ ପଡ଼ିଆରୁ ଆନନ୍ଦ ବଜାର ଲୋକନାଥ ମନ୍ଦିର ପର୍ଯ୍ୟନ୍ତତା ୧୮/୫/୨୪ (ବ୍ୟୁରୋ)ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ଵରର ବିଶାଳ ଲୋକ ଉତ୍ସବ ବାଲେଶ୍ଵରୀ ଜଉକଣ୍ଢେଇ ବାହାଘରରେ ପାରମ୍ପରିକ ଓ ଲୋକ ବାଦ୍ୟନୃତ୍ୟର ବିରାଟ ଶୋଭାଯାତ୍ରା ପ୍ରଦର୍ଶନ କରାଯିବ । ବାଲେଶ୍ଵରର ଲୋକକଳା ଓ ଲୋକ ସଂସ୍କୃତି କୁ ଉଜ୍ଜୀବିତ ରଖି ବିଶ୍ବ ଦରବାରରେ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ୧୫ ବର୍ଷ ଧରି ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ଆୟୋଜନ କରିଆସୁଥିବା ୫ ଦିନିଆ ଜଉକଣ୍ଢେଇ ବାହାଘର ଉତ୍ସବ ଧୁମଧାମରେ ପାଳନ କରିଯିବା ବୋଲି ବସ୍ତାର ବିଧାୟକା ତଥା କମିଟିର ସଭାପତି ସୁବାସିନୀ ଜେନା ଜଣାଇଛନ୍ତି। ଚଳିତ ବର୍ଷ ଆକର୍ଷଣୀୟ ଶୋଭାଯାତ୍ରା ସହ ଦୋକାନ ବଜାର, ମୀନା ବଜାର, ଖାଦ୍ୟ ପେୟ, ଦୋଳି, ଖେଳ ଖେଳନା, ବାଲେଶ୍ଵର ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଅଫିସ ତରଫରୁ ବିଭିନ୍ନ ହସ୍ତଶିଳ୍ପ ସହ ଜଉକଣ୍ଢେଇ, ବାଲେଶ୍ଵର ଓରମାସ ତରଫରୁ ଗ୍ରାମିଣ ଉତ୍ପାଦନର ୫୦ରୁ ଊର୍ଦ୍ଧ୍ବ ଷ୍ଟଲ ଲାଗିବ । ଏହି ଉତ୍ସବର ଆକର୍ଷଣୀୟ ଓ ପାରମ୍ପରିକ ବାହାଘର ୩ କିମି ବ୍ୟାପି ଶୋଭାଯାତ୍ରା ବାଲେଶ୍ଵର ସହରର କଚେରୀ ବଜାର ନିକଟସ୍ଥ *ମିଶନ ସ୍କୁଲ ପଡ଼ିଆ ରୁ ବାହାରି ବିବେକାନନ୍ଦ ମାର୍ଗ ଚିଡିଆପୋଲ ଦେଇ ନୀଳିଆବାଗ, ରାଣୀପାଟଣା, ଦର୍ଜୀ ପୋଖରୀ, ଗଳାପୋଲ, ହରିପୁର ଛକ, ଅରଡ ବଜାର, ଆନନ୍ଦ ବଜାର ହୋଇ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବ।ଏଥିରେ ଆକର୍ଷଣୀୟ ନିଆରା *ପାଲଙ୍କିରେ ଜଉକଣ୍ଢେଇ ବର ଅପର୍ତ୍ତୀ ସହ ଆଲୋକ ସଜ୍ଜା , ଫୁଲ ଝଡ଼ି, ଢୋଲ ବାଜା, ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ପୁରୀର ସାହି ଯାତ ନୃତ୍ୟ, ପିତୁଳା ନାଚ, ଭୁବନେଶ୍ୱରର 'ଏକତ୍ର ବାଲେଶ୍ଵର' ତରଫରୁ ଆଦିବାସୀ ନୃତ୍ୟ, ବାଲେଶ୍ଵର ମହାବୀର ସଂଘ ତରଫରୁ ଆଖଡ଼ା, ବନାଟି, ବାଡ଼ି ଖେଳ ଅନ୍ୟାନ ସହ ମାନ୍ୟଗଣ୍ୟ ବରଯାତ୍ରୀ* ଙ୍କର ବିରାଟ ପାରମ୍ପରିକ ଶୋଭାଯାତ୍ରାର ପଟୁଆର ଦର୍ଶନଙ୍କୁ ଆକୃଷ୍ଟ କରିବ ବୋଲି କମିଟି ର କର୍ମକର୍ତ୍ତା ଆଶା ବ୍ୟକ୍ତ କରିଛନ୍ତି।ଏହି ଶୋଭାଯାତ୍ରା ଆଗାମୀ ଦିନରେ ବ୍ରାଜିଲ ବିଶ୍ବ ପ୍ରସିଦ୍ଧ ଲୋକ କାର୍ନିଭାଲ ପରି ଓଡ଼ିଶା ପ୍ରସିଦ୍ଧ ଫୋକ୍ କାର୍ନିଭାଲ ଭାବରେ ପ୍ରତିଷ୍ଠା କରାଯିବ ବୋଲିି ଜଉକଣ୍ଢେଇ ବାହାଘରର ମୁଖ୍ୟ ଉପଦେଷ୍ଟା ଶିଳ୍ପୀ କେଶୁଦାସ ଜଣାଇଛନ୍ତି।ଏହି ନିଆରା ଓ ଅନନ୍ୟ ଶୋଭାଯାତ୍ରାକୁ ଉପଭୋଗ କରିବା ସହ କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଉପରୋକ୍ତ ବର୍ଣିତ ଶୋଭାଯାତ୍ରା ପଥରେ ବିଭିନ୍ନ ଅନୁଷ୍ଠାନ ତରଫରୁ ତୋରଣ, ପ୍ରଚାର ବ୍ୟାନର ସହ ସ୍ବାଗତ କରିବେ ବୋଲି ସମ୍ପାଦକ ଡା କୁମାର ଗୋପାଳ ଜଣାଇଛନ୍ତି।ମିଶନ ସ୍କୁଲ ପଡ଼ିଆରେ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ 'ନାୟିକା' ଓ ସଂସ୍କୃତି ବିଭାଗ ସହଯୋଗରେ ୫ ଦିନ ଧରି ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଆକର୍ଷଣୀୟ ଲୋକନୃତ୍ୟ, ଲୋକଗୀତ ଯଥା ଭଦ୍ରକ ଲହୁଡି, କେଉଁଝରର ରାବଣଛାୟା, ସମ୍ବଲପୁର ର ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ଭାରତ ଲୀଳା , ମୟୁରଭଞ୍ଜର ଛଉ, ବାଲେଶ୍ଵରର ଚଢେଇୟା ନାଟ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ ବୋଲି ଜଣାଇଛନ୍ତି।ଆସନ୍ତା ୨୨ରୁ ୨୬ ବାଲେଶ୍ଵରୀ ଜଉକଣ୍ଢେଇ ବାହାଘର ଉତ୍ସବକୁ ସଫଳ କରିବା ପାଇଁ କମିଟି ତରଫରୁ ବାଲେଶ୍ଵର ବାସୀଙ୍କୁ ନିବେଦନ କରିଛନ୍ତି।