Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସାମ୍ବାଦିକ ତାର ଜନକ ଦେବର୍ଷି ନାରଦ ଙ୍କ ଜୟନ୍ତୀ ପାଳିତ 2

ତିର୍ତ୍ତୋଲ, 18/05/2025, ବିକ୍ରମ ଓଡ଼ିଶା ନିୟୁଜ: ସାମ୍ବାଦିକ ତାର ଜନକ ଦେବର୍ଷିନାରଦ ଙ୍କ ଜୟନ୍ତୀ ପାଳିତ
Article Image
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ
Article Image
ନେହେରୁ ବଜାର ଠାରେ ଥିବା ସରସ୍ବତୀ ବିଦ୍ୟା ମନ୍ଦିର ପରିସର ରେ ସାମ୍ବାଦିକତାର ଜନକ ଆଦି ସାମ୍ବାଦିକ ଦେବର୍ଷିନାରଦ ଙ୍କ ଜୟନ୍ତୀ,ବିଶ୍ୱ ସମ୍ବାଦ କେନ୍ଦ୍ର, ଜଗତସିଂହପୁର ଦ୍ୱାରା ଆଜଜନ କରା ଯାଇ ଥିଲା , ଏହିସଭାରେ ବିଶ୍ୱ ସମ୍ବାଦ କେନ୍ଦ୍ର ସଂଯୋଜକତାପସ କୁମାର ଦାସ ସଭାପତିତ୍ବ କରିଥିଲେ, ସମ୍ନାନ୍ୱିତ ଅତିଥିଭାବେଶିକ୍ଷାବିତ ଅକ୍ଷୟ କୁମାର ଦାସ, ଅମର ଜ୍ୟୋତି ସାହୁ, ସରସ୍ବତୀ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟଅରୁଣ କୁମାର ସାମନ୍ତରାଏ ପ୍ରମୁଖଯୋଗ ଦେଇ ଆଦି ସାମ୍ବାଦିକ ଦେବର୍ଷି ନାରଦ ଙ୍କ ସମ୍ବାଦ ପରିବେଷଣ ଲଖ୍ୟ ଓ ଉଦେଶ୍ୟ ଉପରେ ଆଲୋକ ପାତ କରିଥିଲେ,ଏହି ଜୟନ୍ତୀ ସଭାରେ ତିର୍ତୋଲ ବ୍ଲକସମସ୍ତ ସାମ୍ବାଦିକ ବୁଦ୍ଧିଜୀବୀ, ଓ ବହୁ ସମାଜ ସେବୀ ମାନେ ଯୋଗଦେଇ ଥିଲେ, ବକ୍ତା ଶ୍ରୀକାନ୍ତ ଦାଶ, ଗୌରାଙ୍ଗ ଚରଣ ସ୍ୱାଇଁ, ଶ୍ରୀବତ୍ସ ପାଢ଼ୀ, ଅଧିଵକ୍ତା ଟୁକନ ଚରଣ ସେଠି, ବିଭୁତି ଭୂଷଣ ଦାସ,ପ୍ରମୁଖ ଦେବର୍ଷି ନାରଦ ଙ୍କ ସମ୍ବାଦ ପରିବେଷଣ ରେ ସାରା ବିଶ୍ୱ କିପରିସର୍ବଜନ ସୁଖାୟ, ସର୍ବ ଜନ ହିତାୟନୀତିରେ ପରିଚାଳିତ ହେଉଥିଲା ତାହାର ଦିଗ ଦର୍ଶନ ଵକ୍ତା ମାନେ ଉପ ସ୍ଥାପିତ କରିଥିଲେ, ଦେବତା ମାନଙ୍କୁ ବିଶ୍ୱ ପରିଚାଳନା ଓ ଅସୁରମାନଙ୍କ ହୀନ ଚକ୍ରାନ୍ତ ରୁ ରକ୍ଷା କରିବା ପାଇଁ ଦେବର୍ଷି ଙ୍କ ଭୂମିକାଗୁରୁତ୍ୱ ପୁର୍ଣ ଥିଲା ବୋଲି ଵକ୍ତା ମାନେ ମତପ୍ରଦାନ କରିଥିଲେ,ସାମ୍ବାଦିକ ମାନେ ଦେବର୍ଷି ନାରଦ ଙ୍କ ଜୟନ୍ତୀରେ ଶପଥ ନେବା ଉଚିତି,ଦେବର୍ଷି ଙ୍କ ପରି ବିଶ୍ୱର ହିତାର୍ଥ ଉପରେ ଗୁରୁତ୍ୱ ଦେଇ ସମ୍ବାଦ ପରିବେଷଣ କରିବା ଜରୁରୀ, ଶେଷରେ ପ୍ରଧାନ ଶିକ୍ଷକ ଅରୁଣ ସାମନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ lରିପୋର୍ଟ ଶ୍ରୀବତ୍ସ ପାଢ଼ୀ,( ବିକ୍ରମ ଓଡିଶା )