Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସୋସିଆଲ ମିଡିଆର ବିବାଦୀୟ ଖବରକୁ ପାଣି ପଞ୍ଚାୟତ ସଭାପତିଙ୍କ ଖଣ୍ଡନ କରିଛନ୍ତି। 1

ଗଂଜାମ, 18/05/2025, ବିକ୍ରମ ଓଡ଼ିଶା ନିୟୁଜ: ସୋସିଆଲ ମିଡିଆର ବିବାଦୀୟ ଖବରକୁ ପାଣି ପଞ୍ଚାୟତ ସଭାପତିଙ୍କ ଖଣ୍ଡନ କରିଛନ୍ତି।
Article Image
ଗଂଜାମ ଜିଲ୍ଲା.ହିଞ୍ଜିଳିକାଟୁ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଶାସନଆମ୍ବଗାଁ ସମିତିସଭ୍ୟା ପ୍ରତିନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନିମେଶ୍ବର ପାଣି ପଞ୍ଚାୟତ ସଭାପତି ଖଣ୍ଡନ କରିଛନ୍ତି । ଉକ୍ତ କାର୍ଯ୍ଯରେ ମାର୍କଣ୍ଡ ବାବୁଙ୍କ କୌଣସି ସମ୍ପୃକ୍ତ ନଥିବା ମଧ୍ୟ କହିଛନ୍ତି ସଭାପତି । ହିଞ୍ଜିଳି ଜଳସମ୍ପଦ ବିଭାଗ ଅଧିନରେ ନିମେଶ୍ବର ପାଣି ପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି ।ଏଣୁ ପାଣି ପଞ୍ଚାୟତରେ ଥିବା କମିଟି ମଧ୍ଯ୍ଯମରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକକାର୍ଯ୍ୟ ଚାଷୀଙ୍କ ପାଇଁ କରାଯାଉଛି ଏବଂ ସମସ୍ତ ସଭ୍ଯା ଅବଗତ ଥିବା ରହିଛି । ଏଥି ମଧ୍ୟରୁ ଋଷିକୂଲ୍ୟା ଅବବାହିକ କରନଳୀ ଶିର୍ଶ କମିଟି ନିମେଶ୍ବର ପାଣି ପଞ୍ଚାୟତର କାଡା କାର୍ଯ୍ଯକୁ ନେଇ ବିବାଦ ଘନେଇବା ସହ ଶାସନ ଆମ୍ବଗାଁ ସମିତିସଭ୍ଯା ସ୍ବାମୀଙ୍କ ଭୂମିକାକୁ ନେଇ ଏବଂ ସୋସିଆଲ ମିଡିଆରେ ବ୍ରହ୍ମପୁର କାଡା ଡିଭିଜନ ଠାରେ ଦେଇଥିବା ଧାରଣା ବୟାନ ଏବଂ ପରବର୍ତ୍ତୀ ସମୟରେ ହିଞ୍ଜିଳି ଥାନାରେ ବାଦବିବାଦର ଆଲୋଚନା ସହ ବିବାଦୀୟ ଘଟଣାର ସମାଧାନ ହୋଇପାରିନଥିବା ଖବରଲେଖା ସୁଦ୍ଧା ଶୁଣିବାକୁ ମିଳୁଛି ।ଖବରମୁତାବକ ନିମେଶ୍ବର ପାଣି ପଞ୍ଚାୟତ ଅଧିନରେ ଥିବା ଅଞ୍ଚଳରେ ଶାସନ ଆମ୍ବଗାଁ ସମିତିସଭ୍ଯାଙ୍କ ପ୍ରତିନିଧି ମାର୍କଣ୍ଡ ପାଣିଗ୍ରାହୀ କୌଣସି ସଭ୍ୟ କିମ୍ବା ଅଞ୍ଚଳ ବାସିନ୍ଦା ନୁହନ୍ତି ବୋଲି ସଭାପତି ପ୍ରମୋଦ କୁମାର ମହାନ୍ତି କହିଛନ୍ତି । ଉକ୍ତ ପାଣିପଞ୍ଚାୟତର ଚକନେତା , ଗ୍ରାମବାସୀ କିମ୍ୱା ପଦାଧିକାରୀ ସଭ୍ୟ ହିଁ କେବଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରିପାରିବା ଏବଂ ତାଙ୍କ ନାମରେ ୬ଟି କାର୍ଯ୍ୟର ଏଗ୍ରିମେଣ୍ଟ ନିୟମନୁଯାଇ ରହିଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । କିନ୍ତୁ ସେହି ଅଞ୍ଚଳରେ ହୋଇଥିବା କାଡା କାର୍ଯ୍ୟକୁ ନେଇ ଶ୍ରୀ ପ୍ରମୋଦ କୁମାର ମହାନ୍ତିଙ୍କ ନାମରେ ଚୁକ୍ତିନାମା କାର୍ଯ୍ଯାଦେଶ ଥିବା ବେଳେ ଅନ୍ୟ ଅଞ୍ଚଳର ତଥା ନିମେଶ୍ବର ପାଣି ପଞ୍ଚାୟତରେ ସମ୍ପୃକ୍ତି ନଥିବା ମାର୍କଣ୍ଡ ପାଣିଗ୍ରାହୀ ମହୋଦୟ ନିଜେ ସେହି କାମ କରିଥିବା କହି ଏକ ଅଭିଯୋଗ ଆଣି ବ୍ରହ୍ମପୁର କାଡା ବିଭାଗୀୟ ଅଫିସ ଆଗରେ ଧାରଣାରେ ବସିଥିଲେ ।ଉକ୍ତ ବିଷୟକୁ କେନ୍ଦ୍ର କରି ଜଳ ସମ୍ପଦ କାଡା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ସଂପୃକ୍ତ ପାଣି ପଞ୍ଚୟତର ସମସ୍ତ ସଭ୍ୟ ଗତ, ୧୭ ୫ ୨୫ ତାରିଖରେ ବସି ଆଲୋଚନା ସହ ଏହାର କୌଣସି ନିଷ୍କର୍ସ ବାହାରିନଥିବା ଶୁଣିବାକୁ ମିଳୁଛି । ତେବେ ସେହି କାଡା ପ୍ରକଳ୍ପରେ ଶାସନ ଆମ୍ବଗାଁ ସମିତିସଭ୍ଯାଙ୍କ ପ୍ରତିନିଧି /ସ୍ବାମୀ ମାର୍କଣ୍ଡ ପାଣିଗ୍ରାହୀଙ୍କ କୌଣସି ସଂପୃକ୍ତି ନଥିବା ବେଳେ ,ଶ୍ରୀ ପାଣିଗ୍ରାହୀ ସୋସିଆଲ ମିଡିଆରେ ଅର୍ଥର ଦାବି କରିଆସୁଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ଦାବି କେତେ ଯୁକ୍ତିଯୁକ୍ତ ଲୋକ ଲୋଚନକୁ ଆସୁଥିଲେ ମଧ୍ୟ ନମେଶ୍ବର ପାଣି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସଭ୍ୟ ଉକ୍ତ କାଡା କାର୍ଯ୍ୟ କୁ ସମ୍ପାଦନା କରିଥିବା କହୁଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଶାସନ କେଉଁ ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବା ପାଇଁ ରହିଲା । ଏଭଳି ଅନେକ କାର୍ଯ୍ୟ ପୁର୍ବ ଶାସନ କାଳରେ ଅସମାଧିତ ହୋଇ ରହିଥିବା ଶୁଣିବାରେ ମଧ୍ୟ ମିଳୁଛି । ବିଶେଷଭାବେ ଶାସନ ଆମ୍ବଗାଁ ପଞ୍ଚାୟତରେ କିଛି ପ୍ରକଳ୍ପକୁ ନେଇ ଶ୍ରୀ ସନ୍ତୋଷ ବିଶ୍ବାଳ ଏବଂ ସମିତିସଭ୍ଯା ପ୍ରତିନିଧିଙ୍କ ମଧ୍ୟରେ ଅର୍ଥଦେଣ ସମସ୍ୟା ସୃଷ୍ଟି ସମ୍ପର୍କରେ ହୋଇଥିବା ଏବଂ ଶ୍ରୀ ବିଶ୍ବାଳ ନ୍ୟାୟ ପାଇବା ଆଶାରେ ରହିଥିବା ଶାସନ ଆମ୍ବଗାଁ ପଞ୍ଚାୟତରେ ଶୁଣିବାରେ ମିଳୁଛି । ଆଗକୁ ଏହି ସବୁ ସମସ୍ଯାର ସମାଧାନ ହେବ ତାହା ଦେଖିବାକୁ ରହିଲା ।ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।