Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

୫୬ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ଆମ ଶିଶୁ ଅନନ୍ତ ଆଶ୍ରମ ପରିସରରେ "ଜୀବ ପୂଜନ" କାର୍ଯ୍ୟକ୍ରମ 2

ତିର୍ତ୍ତୋଲ, 18/05/2025, ବିକ୍ରମ ଓଡ଼ିଶା ନିୟୁଜ: ୫୬ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ଆମ ଶିଶୁ ଅନନ୍ତ ଆଶ୍ରମ ପରିସରରେ "ଜୀବ ପୂଜନ" କାର୍ଯ୍ୟକ୍ରମତିର୍ତ୍ତୋଲ-୧୮/୫-(ରିପୋର୍ଟ-ଟୁକନ ସେଠୀ)- ବିଭିନ୍ନ ଜୀବ ମାନଙ୍କୁ ପୂଜା କରାଯାଇଥିଲା ଓ ଜୀବ ହତ୍ୟା ଜନୀତ ପାପରୁ ମାନବ ସମାଜର ମୁକ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା ଓ ପୂଜା ପାଇଥିବା ସମସ୍ତ ଜୀବ ମାନଙ୍କୁ ସେମାନଙ୍କର ସ୍ବଭାବିକ ମୃତ୍ୟୁ ପର୍ଯ୍ୟନ୍ତ ଆଶ୍ରମ ପରିସରରେ ରଖି ଶେଷ ପର୍ଯ୍ୟନ୍ତ ଆଶ୍ରମ ରେ ସେବା ଦିଆଯିବ..... ଏହାଥିଲା ପୂଜ୍ୟ ଗୁରୁ ଦେବ ଙ୍କ ଏକ ଅଭିନବ ପ୍ରୟାସ । ପୂର୍ଣ୍ଣ୍ୟ ଭୂମି ଭାରତ ବର୍ଷର ସବୁଠାରେ "ଗୋ ପୂଜନ" ହେଉଥିବା ବେଳେ ଏଠି ପରମ ପୂଜ୍ୟ ଗୁରୁ ଦେବ ସମାଜ ସଂସ୍କାରକ ସନ୍ଥ ବିଶ୍ୱପ୍ରେମି ସମନ୍ଵୟୀ ସାଧକ ପୂଜ୍ୟ ପୂଜକ ବାବା ବଳିଆ ଙ୍କ ମାର୍ଗଦର୍ଶନ ରେ ଏକ ନିଆରା ପରମ୍ପରା ଅନୁଷ୍ଠିତ ହୁଏ "ଜୀବ ପୂଜନ" । ସମସ୍ତେ ଗୋ ହତ୍ୟା ବନ୍ଦ ପାଇଁ କହୁଥିଲା ବେଳେ , ପୂଜ୍ୟ ଗୁରୁ ଦେବ ଙ୍କର କିନ୍ତୁ ସେମାନଙ୍କ ଠାରୁ ଅନ୍ୟ ଏକ ଚିନ୍ତାଧାରା, ପୂଜ୍ୟ ଗୁରୁ ଦେବ ଙ୍କ କହିବା କଥା ହେଲା ଗୋ ହତ୍ୟା ବନ୍ଦ ହେଉ ତା ସହିତ ମଧ୍ୟ ଯେଉଁ ଜୀବ ମାନଙ୍କ ରକ୍ତ ରେ ଧରଣୀ ମାତା ଆଜି ରକ୍ତ ରଞ୍ଜିତ ହେଉଛି ସେମାନଙ୍କ ହତ୍ୟା ମଧ୍ୟ ବନ୍ଦ ହେଉ ।
Article Image