Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପୀରଜାହାନିଆଁ ପର୍ଯ୍ୟଟନ ସ୍ଥଳି ର ଉନ୍ନତି ପାଇଁ ସ୍ଥାନ ପରଖିଲେ ପ୍ରକଳ୍ପ ଅଧିକାରୀ ପରିଦର୍ଶନ। 2

କାକଟପୁର, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ପୀରଜାହାନିଆଁ ପର୍ଯ୍ୟଟନ ସ୍ଥଳି ର ଉନ୍ନତି ପାଇଁ ସ୍ଥାନ ପରଖିଲେ ପ୍ରକଳ୍ପ ଅଧିକାରୀ ପରିଦର୍ଶନ।
Article Image
କାକଟପୁର ୧୯/୫ (ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ସର୍ବ ଧର୍ମ ସମନ୍ୱୟ ର ପୀଠ ପୀର ଜାହାନିଆଁ ପର୍ଯ୍ୟଟନ ସ୍ଥଳ ସହିତ ସମୁଦ୍ର ବେଳାଭୂମି ର ପାରିପାର୍ଷିକ ଉନ୍ନତି ପାଇଁ ସୋମବାର ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କ୍ଷେତ୍ର ପରିଦର୍ଶନ କରିଥିଲେ। ଦିନ ୧୧ଟା ସମୟରେ ପୀର ଜାହାନିଆଁ ଠାରେ ପହଂଚି ପର୍ଯ୍ୟଟନ ସ୍ଥଳର ପିଇବା ପାଣି, ପରିମଳ, ପାର୍କିଙ୍ଗି ସହ ବିଭିନ୍ନ ଆବଶକୀୟ ସୁବିଧା ତଥା ବ୍ୟବସାୟୀ ମାନଙ୍କ ପାଇଁ ନୂତନ ଦୋକାନ ଗୃହ ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକ ଙ୍କ ଆବଶକୀୟ ସୁବିଧା ଉପରେ ପୀରଜାହାନିଆଁ ବ୍ୟବସାୟୀ ସଂଘ ସଭାପତି ବୃନ୍ଦାବନ ବିଶ୍ୱାଳ ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ମଣ୍ଡଳ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସେଠି, କନିଷ୍ଠ ଯନ୍ତ୍ରୀ ରଶ୍ମିରେଖା ସାହୁ, କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ,ସରୋଜ ଛାଟୋଇ ଓ ଅସ୍ତରଙ୍ଗ ଥାନା ଉପନିରୀକ୍ଷକ ଅନିରୁଦ୍ଧ ଜାଲି ପ୍ରମୁଖ ଉପସ୍ଥିତ ଥିଲେ।