Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ମା'ଜାଗୁଳାଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।ପୋଦନା ଚମ୍ପିୟାନ,ମୂଳୁଗାଁ ଉପବିଜେତା।

ତିର୍ତ୍ତୋଲ:୧୯/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା' ଜାଗୁଳାଇ କ୍ରିକେଟ ପଡ଼ିଆରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ଟେନିସ ବଲ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ସୁସାନ୍ତ କୁମାର ଶତପଥୀ ଯୋଗଦେବେ ଟ୍ରଫି ଉନ୍ମୋଚନ କରିବା ସହିତ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ ମଧ୍ୟ ଉପସ୍ଥିତ ଥିଲେ। ଏହି ଟୁଣ୍ଣାମେଣ୍ଟ ରେ ପଞ୍ଚାୟତର ମୋଟ ୧୬ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ପ୍ରଥମ ଦିନ ୮ ଟି ଦ୍ଵିତୀୟ ଦିନ ୮ ଟିମ୍ ଲେଖାଏଁ ଟିମ ଖେଳିବା ସହିତ ସେଥିରୁ ମୂଳୁଗାଁ ଓ ପୋଦନା ଟିମ୍ ଫାଇନାଲ ପାଇଁ କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାଲ ମ୍ୟାଚ୍ ରେ ମୂଳୁଗାଁ କୁ ଦଶ ଉକେଟ ହରାଇ ପୋଦନା ଚମ୍ପିୟାନ ହୋଇଥିଲା। ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ସ୍ବମ୍ୟକାନ୍ତ ଦାସ ଯୋଗଦେଇଥିଲେ।ଚମ୍ପିୟାନ ଓ ଉପବିଜେତା ଟିମ୍ କୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ଭାବେ ନାରାୟଣ ପଲାଇ, ସୁର୍ଯ୍ୟ କାନ୍ତ ପାତ୍ର, ବିଶ୍ଵଜିତ କୁଅଁର ଉପସ୍ଥିତ ଥିଲେ।ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସୁଜିତ ପରିଡ଼ା, ଆଶୁତୋଷ ରାଉତ ଉପସ୍ଥିତ ଥିଲେ।ସ୍କୋରର ଭାବେ ନିଶାନ୍ତ କୁଅଁର ଓ ସ୍ମୃତି ରଞନ ବେହେରା ଉପସ୍ଥିତ ଥିଲେ।ଏଥି ସହିତ ଟିମ୍ ମ୍ୟାନେଜର ଭାବେ ପ୍ରିତିରଞ୍ଜନ ନାୟକ, ବିଶ୍ଵଜିତ କୁଅଁର, ବିଶ୍ଵଜିତ ବେହେରା ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମା'ଜାଗୁଳାଇ କିକ୍ରେଟ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।
