Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ଫେଷ୍ଟିଭାଲର ଉଦଯାପନୀ ଉତ୍ସବ।

ନାଉଗାଁ,୧୯/୫ /ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ସ୍ଥିତ ଗୋବରୀ ନଦୀ ପଠା ମଣିକର୍ଣ୍ଣିକା ଘାଟ ଚଗଲାଦାସ ମଠ ପଡିଆ ନିକଟରେ ନାଉଗାଁ ଫେଷ୍ଟିଭାଲ-୨୦୨୫ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ. ଚୌଧୁରୀ ସତ୍ୟ ଦାସଙ୍କ ସଭାପତିତ୍ବରେ ଫେଷ୍ଟିଭାଲର ଉଦଯାପନୀ ଉତ୍ସବ କୁ ସଭାପତିତ୍ୱ କରିଥିଲେ। ଏହି ଉଦଯାପନୀ ଉତ୍ସବ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ପ୍ରଦୀପ କରି ବାଲିକୁଦାର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ପ୍ରଦେଶ କଂଗ୍ରେସ ପୂର୍ବତନ ସମ୍ପାଦକ ତଥା ସମାଜ ସେବୀ ଅଭିଳାଷ ମାଣିଆ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ଡକ୍ଟର ଧରଣୀଧର ନାଥ ଏବଂ କୃଷ୍ଣ ଚନ୍ଦ୍ର ଆଇଚି ନିଜ ନିଜର ଓଜ୍ଜଶ୍ୱନୀ ବକ୍ତବ୍ୟ ମାଧ୍ୟମରେ ଶ୍ରୋତା ମାନଙ୍କୁ ଆକୃଷ୍ଟ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିଥି ଭାବେ ଡକ୍ଟର ମଞ୍ଜୁଶ୍ରୀ ଶାସ୍ତ୍ରୀ ଯୋଗ ଦେଇଥିଲେ। ସାହିତ୍ୟ ଓ କଳା କ୍ଷେତ୍ରେ ବିଶିଷ୍ଟ ଶିକ୍ଷାବିତ ତଥା ଉତ୍କଳ ଭାରତୀ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ସୁକାନ୍ତ କୁମାର ଲେଙ୍କା ଙ୍କୁ ନାଉଗାଁ ଫେଷ୍ଟିଭାଲ-୨୦୨୫ ରେ ସମ୍ମାନିତ କରାଯାଇଥିଲା। ଆରମ୍ଭରେ ଫେଷ୍ଟିଭାଲର ସମ୍ପାଦକ ଧନଞ୍ଜୟ ପରିଜା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କଟକ ସ୍ଥିତ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ପକ୍ଷରୁ ପ୍ରାୟୋଜିତ ଉଦଯାପନୀ ଉତ୍ସବରେ ପରିଷଦର ସାଂସ୍କୃତିକ ସମ୍ପାଦକ ସୁନିଲ କୁମାର ମାଟିଆ ସ୍ବାଗତ ଭାଷଣ ଦେଇଥିଲେ। ସଂଗଠନ ସମ୍ପାଦକ ମନୋଜ ନାୟକ, ତ୍ରିନାଥ ପରିଜା, ଅଭିମନ୍ୟୁ ସାହୁ, ବିବେକାନନ୍ଦ ପରିଜା, ସରୋଜ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ । ସଂଗଠନ ସମ୍ପାଦକ ମନୋଜ ନାୟକ ଧନ୍ୟବାଦ ଦେଇଥିଲେ। କଟକ ସ୍ଥିତ ଶ୍ୟାମ କୁମାର ଙ୍କ ସର୍ଗମ ଅର୍କେଷ୍ଟାର ମେଲୋଡି ନାଇଟିରେ ଝୁମିଥିଲେ ହଜାର ହଜାର ଦର୍ଶକ।
