Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନାଉଗାଁ ଓ ବାଂଶ ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ବିୟୋଗରେ ଶୋକ। 3

ନାଉଗାଁ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ଓ ବାଂଶ ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ବିୟୋଗରେ ଶୋକ।
Article Image
ନାଉଗାଁ /୧୯/୦୫ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକର ନାଉଗାଁ ଓ ବାଂଶ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ପରିଡା ଙ୍କ ବିୟୋଗ ଘଟିଛି। ତାଙ୍କର ଏହି ବିୟୋଗ ଖବର ପାଇଁ ସାରା ନାଉଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ଶ୍ରୀ ପରିଡା ଙ୍କ ଦେହ ଯନ୍ତ୍ରଣା ହେବାରୁ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଶ୍ରୀ ପରିଡା ଜଣେ ସରଳ, ନିଷ୍କପଟ ଓ ମିଷ୍ଠଭାଷି ଓ ମେଳାପୀ ବ୍ୟକ୍ତିତ୍ୱ ଥିଲେ। ସେ ୧୯୮୫ ମସିହାରେ ଅଭିବକ୍ତ ନାଉଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଥିଲେ, ପରବର୍ତ୍ତୀ ସମୟରେ ବାଂଶ ଗ୍ରାମ ପଞ୍ଚାୟତର ଏକାଧିକ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ବିୟୋଗରେ ଏକ ବିରାଟ ଶୋଭାଯାତ୍ରା ବାଂଶ ଗ୍ରାମ ସ୍ଥିତ ତାଙ୍କ ବାସଭବନ ରୁ ବାହାରି ନାଉଗାଁ ବଜାର ସମେତ ବାଂଶ ପଞ୍ଚାୟତ ପରିକ୍ରମା ହୋଇଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଜ୍ୟୋତିଷ ଚନ୍ଦ୍ର ଦାସ, ଚିରଞ୍ଜୀବ ବିଶ୍ୱାଳ, ବ୍ଲକ କଂଗ୍ରେସ ସଭାପତି ବିଚିତ୍ରା ନନ୍ଦ ଲେଙ୍କା, ନିରଞ୍ଜନ ବେହୁରା, ପ୍ରସନ୍ନ ପରିଡା, ଧୁଶାସନ ନାୟକ, ସୁନିଲ କୁମାର ମାଟିଆ, ଚକ୍ରଧର ସ୍ୱାଇଁ ପ୍ରଭୁ ଚରଣ ଦାସ, ପଦ୍ମଚରଣ ରାଉତ, ଅନିଲି ଲେଙ୍କା, ଅଲେଖ ସାହୁ, ମହାଦେବ ସେଠୀ, ମନୋଜ ନାୟକ,ସରୋଜ କୁମାର ଲେଙ୍କା, ନାରାୟଣ ଲେଙ୍କା ଙ୍କ ସମେତ ଶହ ଶହ ସଂଖାରେ ଜନ ସମାଗମ ଦେଖିବାକୁ ମିଳିଥିଲା। ଶେଷରେ ତାଙ୍କ ଗ୍ରାମ୍ୟ ଶ୍ମାଶନରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ତାଙ୍କ ମଧ୍ୟମ ପୁତ୍ର ମୁଖାଗ୍ନି ଦେଇଥିଲେ ଏବଂ ସାନପୁଅ ଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।