Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲୋକନାଥ ଥିଲେ ସାଲିସି ବିହୀନ ଲୋକନେତା ନେତା। 1

କୁଜଙ୍ଗ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲୋକନାଥ ଥିଲେ ସାଲିସି ବିହୀନ ଲୋକନେତା ନେତା।
Article Image
କୁଜଙ୍ଗ:19/5ବିଶିଷ୍ଟ ଜନନେତା , କମ୍ୟୁନିଷ୍ଟ ଆନ୍ଦୋଳନର ମହାନ ପ୍ରବକ୍ତା, କୁଜଙ୍ଗ ମାଟିର ସୁପୁତ୍ର କମ୍ରେଡ ଲୋକନାଥ ଚଉଧୂରୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆଜି କୁଜଙ୍ଗ ଲୋକନାଥ ଭବନ ଠାରେ ତାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରାଯାଇଛି l କୁଜଙ୍ଗ ସୂଚନା ଭବନ ଠାରେ ଆୟୋଜିତ କ.ଲୋକନାଥ ଜନ୍ମ ଶତ ବାର୍ଷିକ ସ୍ମୃତି ସଂସଦ ସଭାପତି ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକନାଥ ଲୋକଙ୍କ ନେତା ଶୀର୍ଷକ ଭବ୍ୟ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି l ଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ ,ପୂର୍ବତନ ସାଂସଦ ତଥା କବି ଡକ୍ଟର ପ୍ରସନ୍ନ ପାଟସାଣୀ,ଓଡିଶା ପୂର୍ବତନ ମନ୍ତୀ ଶଶୀ ଭୂଷଣ ବେହେରା ଓ ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡି ପ୍ରମୁଖ ଯୋଗ ଦେଇ ଶିଳାନ୍ୟାସ କରିବା ସହିତ କ.ଲୋକନାଥଙ୍କୁ ଜଣେ ବିରଳ ସାଲିସ ବିହୀନ ନେତା ବୋଲି ମତବ୍ୟକ୍ତ କରିଥିଲେ l ଜଣେ ଜମିଦାର ପରିବାରରେ ଜନ୍ମ ହୋଇମଧ୍ୟ ସମସ୍ତ ସୁଖ ସମ୍ପଦକୁ ତୁଚ୍ଛ କରି ଗରୀବ ମୁଲିଆ ମେହେନତି ମଣିଷ ସେବାରେ ଜୀବନ ତମାମ ବିତେଇ ଦେଇଥିବା ବିରଳ ବ୍ୟକ୍ତି ଓ ଅନେକ ଜନ ଆନ୍ଦୋଳନ ନେତୃତ୍ୱ ନେଇ ସଫଳତାର ଶୀର୍ଷରେ ସେ ପହଂଚି ଥିବାରୁ ସେ ଓଡିଶା ମାଟିର ବରପୁତ୍ର ହୋଇ ପାରିଥିବା ଡକ୍ଟର ପ୍ରସନ୍ନ ପାଟସାଣୀ ତାଙ୍କ ବକ୍ତବ୍ୟରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାରାଦ୍ୱୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ , ପରଦା ସମ୍ପାଦକ ସରୋଜ କୁମାର ପଟ୍ଟନାୟକ ,ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇ ,ଶିକ୍ଷକ ନେତା ବସନ୍ତ ସାମଲ ,ପ୍ରଭାକର ଭଟ୍ଟ,ଉତ୍କଳ ସାହିତ୍ୟ ସମାଜ ଉପସଭାପତି ଜୀବନାନନ୍ଦ ଅଧିକାରୀ ,ଡାକ୍ତର ବିପିନ ସାମନ୍ତରାୟ ଓ ପ୍ରଶାନ୍ତ ସେଠି ବକ୍ତବ୍ୟ ରଖିଥିଲେ l କୁଜଙ୍ଗ ପ୍ରେସ କ୍ଲବ ସଭାପତି ଡକ୍ଟର ରଘୁନାଥ ସାହୁ ମଞ୍ଚ ପରିଚାଳନା କରି କୁଜଙ୍ଗ ବରପୁତ୍ର ମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ସିପିଆଇ କୁଜଙ୍ଗ ଜୋନ ସମ୍ପାଦିକା ଜିନମୟୀ ସାହାଣୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସିପିଆଇ ଜିଲ୍ଲା ସମ୍ପାଦକ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଦୁଇ ଜଣ କବି ଲାଲ ସଲାମ ଲୋକନାଥ କବିତା ପାଠ କରିଥିଲେ l ଛୟାନବେ ବର୍ଷିୟ ବରିଷ୍ଠ ଶିକ୍ଷକ ନେତା ନିଶାକର ମୁଦୁଲିଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ଲୋକନାଥ ଚୌଧୁରୀ ସମ୍ମାନ ପ୍ରଦାନ କରାଯାଇଥିଲା l ସୁବାସ ମହାପାତ୍ର ,ବିଷ୍ଣୁ ମୁଦୁଲି ,ରବୀନ୍ଦ୍ର ମହାପାତ୍ର ,ଶରତ ବେହେରା ,ରବୀନ୍ଦ୍ର ମାଝୀ ,ଶରତ ବଳିଆର ସିଂ ,ରୁନିବାଳା ମାଝୀ ,କଳ୍ପନା ଦାସ ଓ ନବୀନ ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l ଆସନ୍ତା ଶତ ବାର୍ଷିକ ଉତ୍ସବରେ ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ଶତ ବାର୍ଷିକ ସ୍ମୃତି ସଂସଦ ସମ୍ପାଦକ ଶ୍ରୀନିବାସ ଜୁଝାର ସିଂ ମଞ୍ଚରେ ଘୋଷଣା କରିଥିଲେ l ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉ ଥିଲେ ମଧ୍ୟ ପାଞ୍ଚସହରୁ ଉର୍ଦ୍ଧ ଜନ ସମାଗମ ସ୍ବର୍ଗତ ଲୋକନାଥଙ୍କ ଲୋକପ୍ରିୟତା ସ୍ପଷ୍ଟ ବାରି ହେଉଥିଲା ଓ ତାଙ୍କ ସ୍ମୃତି ଧରି ରଖିବାକୁ ମଞ୍ଚ ସମୁଖରେ ଶ୍ରୋତାମାନେ ହୁଳହୁଳି ଓ କରତାଳି ଦେଉଥିବାର ପରିଲଖିତ ହୋଇଥିଲାକୁଜଙ୍ଗ ରୁ ଓମ୍ ଦାସଙ୍କ ରିପୋରl