ଜମିବିକ୍ରୀକୁ ଅନୁମୋଦନ ନକରି ଅଟାକାଇଛନ୍ତି,ଖଇରା ଉପ ନିର୍ବନ୍ଧକ ଅଧିକାରୀ, (ଏଡିଏମ୍ ଓ ଜିଲ୍ଲା ଉପ ନିର୍ବନ୍ଧକଙ୍କୁ ଅ, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜମିବିକ୍ରୀକୁ ଅନୁମୋଦନ ନକରି ଅଟାକାଇଛନ୍ତି,ଖଇରା ଉପ ନିର୍ବନ୍ଧକ ଅଧିକାରୀ,(ଏଡିଏମ୍ ଓ ଜିଲ୍ଲା ଉପ ନିର୍ବନ୍ଧକଙ୍କୁ ଅଭିଯୋଗ କଲେ ୮୮ ବର୍ଷ ବୃଦ୍ଧ,)

ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ସାରକୋଣା ଗ୍ରାମର ନିଶାକର ଦାସ, ୮୮ବର୍ଷ ନିଜର କ୍ରୟ କରିଥିବା ଜଳଜମିକୁ ଜମି ବିକ୍ରୀ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଗତ ତା ୧୭,୦୪,୨୦୨୫ ଦିନ ସରିଥିଲେ ମଧ୍ୟ ଖଇରା ସବ୍ ରେଜିଷ୍ଟ୍ରାର ଅଫିସର ଉପ ନିର୍ବନ୍ଧକ ଅଧିକାରୀ ଦଲିଲ କୁ ଅନୁମୋଦନ ନକରି କାର୍ଯ୍ୟାଳୟରେ ରଖିଥିବାରୁ ବୃଦ୍ଧ ଶ୍ରୀ ଦାସ ନିରାଶ ହୋଇଛନ୍ତି। ୧ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଆଜି କରିବା ଆସନ୍ତା କାଲି କରିବା ଏ କାଗଜପତ୍ର ଆଣ, କରିଚାଲିଛନ୍ତି।ଅଭିଯୋଗକାରୀ ଶ୍ରୀ ନିଶାକର ଦାସ, ମାନସିକ ଓ ଶାରୀରିକ ଯନ୍ତ୍ରଣା ର ସମ୍ମୁଖିନ ହେଉଛନ୍ତି। ସେ ଜଣେ ପକ୍ଷାଘାତ ରୋଗୀ ହୋଇଥିବା ବେଳେ ବାରମ୍ବାର ଅଫିସକୁ ଯିବା ଆସିବା ପାଇଁ ଅନ୍ୟର ଜଣେ ସାହାରା ନେବାକୁ ପଡୁଥିବାରୁ ତାଙ୍କୁ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହରକତ ହେବାକୁ ପଡ଼ୁଛି। ଏସମ୍ପର୍କରେ ଲିଖିତ ଅଭିଯୋଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ବ କମିଶନର, ଆରଡିସି କଟକ, ଜିଲ୍ଲାପାଳ ବାଲେଶ୍ଵର, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉପ ନିର୍ବନ୍ଧ ଙ୍କୁ ମେ ମାସ ୧ ତାରିଖ ରେ ଇ-ମେଲ୍ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ, ଯଦି ସାତ ଦିନ ମଧ୍ୟରେ ତାଙ୍କ ଦଲିଲ ଅନୁମୋଦନ ନକରାଯାଏ, ତେବେ ଖଇରା ଉପ ନିର୍ବନ୍ଧକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି, ଏବଂ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟ ରେ ଉପ ନିର୍ବନ୍ଧକ ଦ୍ବାୟିତ୍ବ ରେ ଥିବା ଶ୍ରୀ ହୋତାଙ ବିରୋଧ ରେ ବ୍ଯାକ୍ତିଗତ ଭାବେ କେସ୍ କରିବା ପାଇଁ କହିଛନ୍ତି,ଶ୍ରୀ ନିଶାକର ଦାସଙ୍କ ନାମରେ କେନ୍ଦୁଭଦଳୀ ମୈଜାରେ ଥିବା ୭୩ ଡିସିମିଲ ଜଳଜମିକୁ ସାରକୋଣା ଗ୍ରାମର ନିବେଦିତା ମହାନ୍ତିଙ୍କୁ ବିକିବା ପାଇଁ ଜମିର ଇସ୍ ସହ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲା ବେଳେ ଅନ୍ ଲାଇନରେ ପଞ୍ଜିକରଣ ଦଲିଲ୍ ଆଇଡି, ନମ୍ବର ସହ ବିକ୍ରେତା ଓ କେତ୍ରା ଙ୍କ ଫୋଟୋ ଉଠାଣ ଏବଂ ଉଭୟଙ୍କ ଆଧାର କାର୍ଡ ଓ ପାନ୍ କାର୍ଡ ନିଜେ ଉପ ନିର୍ବନ୍ଧକ ଅଧିକାରୀ ଶ୍ରୀ ଅମିତ୍ ରଞ୍ଜନ ହୋତା ତଦନ୍ତ କରିବା ପରେ କେଉଁ କାରଣରୁ ଦଲିଲ କୁ ଅନୁମୋଦନ ନକରି କାର୍ଯ୍ୟାଳୟରେ ପକାଇ ରଖିଛନ୍ତି, ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, କ'ଣ ଉଦ୍ଧେଶ୍ୟ ସ୍ପଷ୍ଟ ଜଣାପଡୁ ନାହିଁ, ଗତ ତା ୧୭,୦୪,୨୦୨୫ ରିଖ ଠାରୁ ଦଲିଲ ଅନୁମୋଦନ ହୋଇଥିଲେ ଆଜି ସୁଧା ଜମି ଅଧିଗ୍ରହଣ କରିଥିବା ବ୍ଯାକ୍ତି ସେ ତାଙ୍କ ଖତିଆନ ପାଇ ସାରିଥାନ୍ତେ। ହେଲେ ଉପ ନିର୍ବନ୍ଧକ ଅଫିସର ଦ୍ବାୟିତ୍ବ ରେ ଥିବା ଖଇରା ତହସିଲଦାର ଅମିତ୍ ରଞ୍ଜନ ହୋତା ଙ୍କୁ ପଚାରିବାରୁ ସେ ଏହାକୁ ଅନାବଶ୍ୟକ ଭାବେ ମନଇଛା ଅଟାକାଇଛନ୍ତି। ସେପଟେ ଖଇରା ଉପ ନିର୍ବନ୍ଧକ ଙ୍କୁ ଏ ପ୍ରସଙ୍ଗରେ ଯୋଗାଯୋଗ କରିବା ପରେ ଜମି ବିକ୍ରୀ ପାଇଁ ଜମିର ପୂର୍ବ ନାମଜାରୀ କାଗଜପତ୍ର ସମେତ ଅନ୍ୟ କିଛି ରେକର୍ଡ ସୋର ଓ ଖଇରା ତହସିଲରୁ ଆଣିବା ପାଇଁ ଗତ ୧୭ ତାରିଖ ରେ ଏକ ନୋଟିସ ଶ୍ରୀ ନିଶାକର ଦାସଙ୍କୁ କରାଯାଇଥିଲା। ହେଲେ ଶ୍ରୀ ଦାସ ଖଇରା ଓ ସୋର ତହସିଲଦାରଙ୍କ କାର୍ଯ୍ୟାଳୟରୁ ସମସ୍ତ କାଗଜପତ୍ର ଆଣି ଖଇରା ଉପ ନିର୍ବନ୍ଧକ ଅଧିକାରୀ ଖଇରା କାର୍ଯ୍ୟାଳୟରେ ଠିକ୍ ଧାର୍ଯ୍ୟ ତାରିଖ ପୂର୍ବରୁ ଜମା କରିଥିଲେ ମଧ୍ୟ ଶ୍ରୀ ହୋତା ଦଲିଲ କୁ ଅନୁମୋଦନ କରୁନାହାନ୍ତି, ଏ ବିଷୟରେ ଜିଲ୍ଲା ଉପ ନିର୍ବନ୍ଧକ ବାରମ୍ବାର ଦଲିଲ ଅନୁମୋଦନ ପାଇଁ କହିଥିଲେ ମଧ୍ୟ ଶ୍ରୀ ହୋତା ନକରି ପକାଇ ରଖିଛନ୍ତି। ଶ୍ରୀ ନିଶାକର ଦାସଙ୍କ ତରଫରୁ ଉପ ନିର୍ବନ୍ଧକ ଅଧିକାରୀ ଙ୍କୁ କହିଛନ୍ତି, ଯଦି ଆପଣ ମୋ ଦଲିଲ ଅନୁମୋଦନ ନକରୁଛନ୍ତି, ତାହାଲେ କାରଣ ଦର୍ଶାଇ ଦଲିଲ ରଦ୍ଦ କରି ଫେରାଇବାକୁ ଅନୁରୋଧ କରିଛନ୍ତିି, ହେଲେ ଯାହା ଶୁଣିବା ପାଇଁ ମିଳୁଛି ଶ୍ରୀ ହୋତା ମହାଶୟ ଛୁଟି ରେ ଚାଲିଯିବାରୁ ଖଇରା ଅତିରିକ୍ତ ତହସିଲଦାର ଶ୍ରୀ ଗଦାଧର ସେଠୀ ଅତିରିକ୍ତ ସବ୍ ରେଜିଷ୍ଟ୍ରାର ଅଫିସର ଖଇରା କାର୍ଯ୍ୟାଳୟ ରେ ଆଜି ଠାରୁ ଦ୍ବାୟୀତ୍ବ ରେ ରହିଛନ୍ତି, ଶ୍ରୀ ନିଶାକର ଦାସ କହିଛନ୍ତି, ବର୍ତ୍ତମାନ ଦ୍ବାୟୀତ୍ବ ରେ ଥିବା ଉପ ନିର୍ବନ୍ଧ ଙ୍କୁ ଅନୁରୋଧ କରିଛନ୍ତି, ସମସ୍ତ କାଗଜପତ୍ର ତଦନ୍ତ କରି ଦଲିଲ ଅନୁମୋଦନ କରିବା ପାଇଁ ଅନୁରୋଧ କରିଛନ୍ତି ।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ