Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ, ଜଣେ ଗିରଫ 3

ଯାଜପୁର, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ, ଜଣେ ଗିରଫ
Article Image
ଯାଜପୁର, ୧୯/୫ , ଯାଜପୁର ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ନୂଆଗାଁ କୁସୁନପୁର ଛକରେ ଚଢ଼ାଉ, ୩୭ଗ୍ରାମ ବ୍ରାଉନସୁଗାର ସହିତ ବାଇକ ଜବତ, ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧୀକ୍ଷକ ଦିବ୍ୟାକିଶ୍ୱର ଥଣ୍ଡଲଙ୍କ ନିର୍ଦ୍ଦେଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୂପ୍ରସାଦ ସାହୁ ନୂଆଗାଁ କୁସୁନପୁର ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବିକିବାକୁ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ବ୍ୟକ୍ତି ଜଣଙ୍କ ପବିତ୍ର ମଲ୍ଲିକ ବୋଲି ଜଣାପଡିଛି l ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ଗୋଟିଏ ମାମଲା ରୁଜୁ କରି ଯାଜପୁର ରୋଡ କୋର୍ଟ ଚାଲାଣ କରିଛି l ତେବେ ଏହି ଅଭିଯୁକ୍ତ ନିକଟରୁ ୩୭ ଗ୍ରାମ ବ୍ରାଉନ ସୁଗାର ସହିତ ଏକ ବାଇକ ଜବତ ହେଇଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ଏ.ଏସ୍.ଆଇ ରଶ୍ମିରେଖା ଜେନା, ସୁଚିତ୍ରା ନାୟକ, ମାଳତି ମାଝୀ, ଗଣେଶ ଦମ୍ପତ ସାମିଲ ହେଇଥିବା ଅଧିକାରୀ ବିଭୂପ୍ରସାଦ ସାହୁ ସୁଚନା ଦେଇଛନ୍ତି।