Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ମିଥ୍ୟା ଖବର ଓ ମୌଳିକ ସମସ୍ୟା ସମାଧାନ ପାଇଁ ଦାବିପତ୍ର

କାକଟପୁର ୨୮/୪(ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ବ୍ଲକ ଜନସେବାକେନ୍ଦ୍ର ସଙ୍ଘ ତରଫରୁ ଅସ୍ତରଙ୍ଗ ତହସିଲଦାର ଙ୍କ ନିକଟରେ ସେମାନଙ୍କ ମୌଳିକ ସମସ୍ୟା ର ସମାଧାନ ଓ ସେମାନଙ୍କ ବିରୁଦ୍ଧରେ ପ୍ରମାଣ ବିହୀନ ଖବର ପ୍ରସାରଣ କୁ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି।ସୂଚନା ମୁତାବକ ଏହି କେନ୍ଦ୍ର ର ଅପରେଟର ମାନଙ୍କ କହିବା ମୁତାବକ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ୍ଣ ଭାବେ ସରକାର ଙ୍କ ନିୟମ ଅନୁଯାୟୀ ଆଶା ଦିଦି ଙ୍କ ଉପସ୍ଥିତ ରେ ଆମେ କରୁଅଛୁ କିନ୍ତୁ ଦୁର୍ଭାଗ୍ୟ ର କଥା ଏହି କାର୍ଯ୍ୟ ପାଇଁ ଆମ୍ଭେ ମାନେ କୌଣସି ହିତାଧିକାରୀ ଙ୍କ ନିକଟରୁ କୌଣସି ଦେୟ ନେଉନାହୁଁ ମାତ୍ର ଆମ ମାନଙ୍କ ନାମ ରେ ମିଥ୍ୟା ପ୍ରୋପାଗଣ୍ଡା ଚାଲିଚି ଯାହାକୁ ନେଇ ଲୋକ ମାନଙ୍କ ସେବା କ୍ଷେତ୍ର ରେ ଆମ ମାନଙ୍କୁ ଅସନ୍ତୋଷ ର ଶିକାର ହେବାକୁ ପଡୁଛି।ପ୍ରଚୁର ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତା ସତ୍ୱେ ଆମେ ମାନେ ବିଭିନ୍ନ ଗ୍ରାମ କୁ ଯାଇ ଘର ଘର ବୁଲି କାର୍ଡ ବାଣ୍ଟୁଛୁ ଆଉ ନେଟୱର୍କ, ସର୍ଭର ଓ ବିଜୁଳି ସମସ୍ୟା ଯୋଗୁ ଆମ କାର୍ଯ୍ୟ ବାଧାପ୍ରାପ୍ତ ମଧ୍ୟ ହେଉଛି, କିନ୍ତୁ ଆମ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଭିତ୍ତିହୀନ ପ୍ରୋପାଗଣ୍ଡା ଆମ ମାନଙ୍କ ସମାନ୍ନ ରେ ବାଧା ସୃଷ୍ଟି କରିଛି ଆଉ ଏହି ଘଟଣା ଉପରେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପୂର୍ବକ ଆମକୁ ନ୍ୟାୟ ଦିଆଯାଉ ନଚେତ ଆମେ ଆମ ନ୍ୟାୟ ପାଇଁ ଆଗାମୀ ଦିନ ରେ ଆମେ ଆଇନଗତ ଆଶ୍ରୟ ନେବୁ l ଅସ୍ତରଙ୍ଗ ଅଞ୍ଚଳ ର ଅନେକ ଜନସେବାକେନ୍ଦ୍ର ଅପରେଟର ତଥା ସମୀର ବେହୁରା, ଛବିନ କୁମାର ସେଠି, ରାକେଶ ଚନ୍ଦ୍ର ସ୍ୱାଇଁ, ପବିତ୍ର କୁମାର ପ୍ରଧାନ, କେଦାରନାଥ ନାୟକ ଆଉ ଅନ୍ୟ କେନ୍ଦ୍ର ର ପ୍ରତିନିଧି ମାନେ ଉପସ୍ଥିତ ରହିବା ସହ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି ଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି ଆଉ ତହସିଲଦାର ଆଗାମୀ ଦିନରେ ଏମାନଙ୍କ ସମସ୍ୟା ଉପରେ ଆଲୋଚନା କରି ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଜନସେବା କେନ୍ଦ୍ର ର ଅପରେଟର ଜଣାଇଛନ୍ତି l