Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିପୁଳ ପରିମାଣର ବେଆଇନ ମଦ ଜବତ... 1

ଖୋର୍ଦ୍ଧା, 19/05/2025, ବିକ୍ରମ ଓଡ଼ିଶା ନିୟୁଜ: : ବିପୁଳ ପରିମାଣର ବେଆଇନ ମଦ ଜବତ...: ଦିନକୁ ଦିନ ଗ୍ରାମାଞ୍ଚଳରେ ବଢ଼ି ଚାଲିଛି ବେଆଇନ ନିଶା କରବାର... ଯାହା ଫଳରେ ସିଧା ସଳଖ ପ୍ରଭାବ ପଡୁଛି ଆଗାମୀ ଦିନର ଯୁବ ପିଢିଙ୍କ ଉପରେ...ସେଥିପାଇଁ ବେଆଇନ ନିଶା କରବାର କରୁଥିବା ଅମାନିଆ ବେପାରୀଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ...ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଧେଶ କ୍ରମେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ଙ୍କ ସମେତ ASI ଅନ୍ତର୍ଯ୍ୟାମୀ ସାହୁ ଏବଂ
Article Image
ASI ରାମ ଚନ୍ଦ୍ର ଜେନା ସଦଳ ବଳେ ଏକ ଟିମ ଗଠନ କରି ଚଢ଼ାଉ କରି ତିନୋଟି ସ୍ଥାନରୁ ବିପୁଳ ପରିମାଣର ମଦ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି... ଗିରଫ ହୋଇଥିବା ଆସାମୀ ମାନେ ହେଲେ ବଡ଼ପାରି ଗ୍ରାମର ହିତେଶ୍ଵର ବିଶ୍ୱାଳ,, ବଡ଼ପୋଖରିଆ ଗ୍ରାମର ଅରୁଣ ସାମନ୍ତରାୟ ଓ ଚଣ୍ଡେଶ୍ୱର ସାତସଙ୍ଖ ରାସ୍ତା ନିକଟର ରତ୍ନାକର ବେହେରା ବୋଲି ଜଣା ପଡିଛି... ଆଗକୁ ଆଗାମୀ ଦିନରେ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ଭୋଇ ସୂଚନା ଦେଇଛନ୍ତି...ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ