Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 20/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାତିଅଧରେ ଜଳିଗଲା ବାବାଙ୍କ ମଠ
ହଟାତ ରାତିଅଧରେ ଜଳିଗଲା ବାବା ପଦ୍ମନାଭ ଙ୍କ ମଠ, କୌଣସିମତେ ବଂଚିଗଲେ ବାବା, ପୋଥି ସମେତ, କୌପୁନି ବସ୍ତ୍ର ଆସବାସ
ପତ୍ର ପୋଡି ଛାରଖାର, ନିଆଁ ଲାଗିବାର କାରଣ ଅସ୍ପଷ୍ଠ l
କୁଜଙ୍ଗ ବ୍ଲକ ପଣ୍ଡୁଆ ପଂଚାୟତ ରଗୌଡ଼ସହି ଗାଁ ରେ ବାବା ପଦ୍ମନବ ଦୀର୍ଘ ଦିନ ଧରି ସହରେଇ ମାଠରେରହିଆସୁ ଥଲେ, ଭିକ୍ଷା କରି ଜୀବନ ଜୀବିକା କରିବାସହିତ ମାଠରେ ଇଶ୍ୱରଙ୍କ ଉପାସନା କରିଆସୁ ଥିଲେ, ଗତକାଲି ସୋମବାର ବିଳମ୍ବିତ ରାତ୍ରିରେ ହଟାତ ମଠ ଟିହୁତୁ ହୁତୁ ହୋଇ ଜଳି ଉଠିଥିଲା ବାବା ପଦ୍ମନାଭ ଗଭୀର ନିଦ୍ରାରେ ଶୋଇ ଥିବା ବେଳେ ଏପରି ହେଇଥିବା ବାବା କହିଛନ୍ତି, ତାତୀରେ ଦେହ ପୋଡିଯିବାରୁ ବାବାନିଦରୁ ଉଠି ଦେଖିଲା ବେଳକୁ ମଠଘର ହୁହୁ ହୋଇ ଜଳୁଥିଲା, ବାବାକୌଣସି ମତେ କବାଟ ହୋଲିଘରୁ ବାହାରି ଆସି ଗ୍ରାମ ବାସୀ ମାନଙ୍କୁ ଡାକିଥିଲେ ଗ୍ରାମ ବାସୀଙ୍କ ପ୍ରାରମ୍ଭିହିକ ପ୍ରଚେଷ୍ଟା ସତ୍ୱେ ନିଆଁ କୁ ଆୟତ କରିପାରି ନଥିଲେ ପରେ ପରେ ଖବର ପାଇ ତିର୍ତୋଲ ଅଗ୍ନିଶ୍ରାମ ବାହିନୀ ପହଁଚି ନିଆଁ କୁଆୟତ କରିଥିଲା ମାତ୍ର ସେତେବେଳେ କୁ ସର୍ବଗ୍ରାସୀ ଅଗ୍ନିମଠକୁ ଭସ୍ମ କରିଦେଇଥିଲା,ମଠ ରେ ନିଆଁ ଲାଗିବା ଏ ଅଞ୍ଚଳ ରପ୍ରଥମ ଘଟଣା ତେବେ କିପରି ନିଆଁଲାଗିଲା ତାହା ଜଣା ପଡିନାହିଁ, ଗ୍ରାମର ଲୋକ ମାନେ ବାବା ପଦ୍ମନାଭ ଙ୍କୁ ପକା ଘରଟିଏ ଯୋଗାଇ ଦେବାକୁ ଦାବିକରୁ ଛନ୍ତି lଶ୍ରୀବତ୍ସ ପାଢ଼ୀଙ୍କ, ରିପୋଟ ( ବିକ୍ରମ ଓଡିଶା )