Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 20/05/2025, ବିକ୍ରମ ଓଡ଼ିଶା ନିୟୁଜ: (ସତର ଦଫା ଦାବିନେଇ ସମ୍ପୃକ୍ତ କୃଷକ ମୋର୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ)ଜଗତସିଂହପୁର
ତା =20/5/25
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସମ୍ପୃକ୍ତ କୃଷକ ମୋର୍ଚା ଡାକରାରେ ସତର ଦଫା ଦାବି ନେଇ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି | ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ଼ କୁ ବାତିଲ କରିବା, ଅଣ ସଂଗଠିତ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ମାସିକ ଛବିଶି ହଜାର ଟଙ୍କା ପ୍ରଦାନ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ରାଷ୍ଟ୍ରୟତ ଉଦ୍ୟୋଗ ର ଘରୋଇ କରଣ ବନ୍ଦ କରିବା, ଆଦି ସତର ଦଫା ଦାବିନେଇ ଶତାଧିକ ଶ୍ରମିକ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପଡିଆରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଶ୍ରମିକ ନେତା ଲୋଭାକାନ୍ତ ସ୍ୱାଇଁ, କମ୍ରେଡ ପ୍ରଦୀପ୍ତ ରାମ, ସୁବାଷ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱ ରେ ଶତାଧିକ ଶ୍ରମିକ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ