Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଯାଜପୁର, 20/05/2025, ବିକ୍ରମ ଓଡ଼ିଶା ନିୟୁଜ: ବୈରୀ ପୋଲିସ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ।
ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ପକ୍ଷରୁ ନୂତନ ଭାବେ ପ୍ରଣୀତ ଆଇନ୍ ଏବଂ ନିଶା ନିବାରଣ ସଂପର୍କରେ ଏକ ସଚେତନା କାର୍ଯ୍ୟକ୍ରମ ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ସ୍ଥିତ ପରିସରରେ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ବୈରୀ ଥାନା ଅଧିକାରୀ ଅଂଶୁମାଳା ଦାସ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ନୂତନ ଭାବେ ପ୍ରଣୀତ ଆଇନ୍ ସଂପର୍କ ରେ ଆଲୋଚନା କରି ବୁଝାଇ କହିଥିଲେ । ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ମିଶ୍ର, ପିଲା ମାନଙ୍କୁ ନିଶା ନିବାରଣ ଓ ନୂତନ ଆଇନ୍ ସମର୍କରେ ଅବଗତ କରିଥିଲେ।, ଅନ୍ୟ ମାନଙ୍କ ମଧ୍ୟରେ ଏସ୍ ଆଇ ସ୍ନେହଲତା ଗିରି, ଏ ଏସ ଆଇ ଧୀରେନ କୁମାର ପଣ୍ଡା , ଏସ ଆଇ ସଂଗ୍ରାମ କେଶରୀ ରାଉତ, କନେଷ୍ଟବଳ ଅଜୟ କୁମାର ଗିରି, ତାପସ କୁମାର ରାଉତରାୟ, ଙ୍କ ସମେତ ଛତିଆ ସରପଞ୍ଚ ରମେଶ ପୃଷ୍ଟି, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ବନ୍ତଳା ସରପଞ୍ଚ ସମୀର ରାଉତ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ, ଉପସ୍ଥିତ ରହିଥିଲେ।ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ