ତିର୍ତ୍ତୋଲ, 21/05/2025, ବିକ୍ରମ ଓଡ଼ିଶା ନିୟୁଜ: *ମା'ଶାରଳା ଙ୍କ ମନ୍ଦିରରେ ଲାଗିଲା ରୂପା କବାଟ।* ---------------------ତିର୍ତ୍ତୋଲ-୨୦/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ରୌପ୍ୟନିର୍ମିତ କବାଟ ର ପାରମ୍ପରିକ ପୂଜା ରୀତିନୀତି କରାଯାଇ କବାଟ ଲଗାଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଛି।ତାଙ୍କ ସହିତ ମନ୍ଦିର ସେବାୟତ ଓ ବହୁ ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ତିତ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଛନ୍ତି।ମନ୍ଦିରର ଗର୍ଭାଦ୍ୱା ର ପ୍ରବେଶ ପଥରେ ଥିବା ଦ୍ଵାରରେ ଶିଶୁକାଠ ରେ ନିର୍ମିତ ହେଇଥିବା କବାଟ ଉପରେ ରୂପା ଛାଉଣୀ କରାଯାଇ ଚନ୍ଦନ ଯାତ୍ରା ର ଉଦଯାପନୀ ଉତ୍ସବରେ ମାଆଙ୍କ ଚନ୍ଦନ ଲାଗି ପରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍ଘାଟନ କରାଯାଇଛି। ଝଙ୍କଡ଼ ଶାରଳା ରଳା ପୀଠ ସ୍ଥିତ ଜଗନ୍ନାଥ ମହୋତ୍ସବ କମିଟି ଓ ମାଆଙ୍କ ସେବାୟତ ମାନଙ୍କ ମିଳିତ ସହଯୋଗ ରେ ଏହା ସମ୍ଭବ ହୋଇଛି। ଏହି ଉତ୍ସବରେ ମାଆଙ୍କ ବଡ଼ପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା ଙ୍କ ଓ ସମସ୍ତ ସେବାୟତ ମାନେ ପୂଜାର୍ଚ୍ଚନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ତ ଅଧିବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।ରୂପା କବାଟ ଦେଖି ଭକ୍ତଙ୍କ ମନରେ ଖୁସି ପରିଲକ୍ଷିତ ହୋଇଥିଲା।