Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 21/05/2025, ବିକ୍ରମ ଓଡ଼ିଶା ନିୟୁଜ: ପୂର୍ବତନ ସରପଂଚ ସଚ୍ଚିଦାନନ୍ଦ ପରିଡ଼ାଙ୍କ ବିୟୋଗରେ ସ୍ମୃତିଚାରଣ ସଭା
ନାଉଗାଁ , ୨୦।୫: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ତଥା ବାଂଶ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତଃ ସଚ୍ଚିଦାନନ୍ଦ ପରିଡ଼ାଙ୍କ ବିୟୋଗରେ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ମୃତି ଚରଣ ସଭା ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ପରିଷଦର ସମ୍ପାଦକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଉପଦେଷ୍ଟା ତଥା ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ନିରଞ୍ଜନ ବେହୁରା ,ପୂର୍ବତନ ବ୍ଳକ ଚେୟାରମ୍ୟାନ ଜଗନ୍ନାଥ ଦାସ,ପରିଷଦ ର ସଭ୍ୟ ଶିକ୍ଷକ ଗୁରୁ ଚରଣ ବିଶ୍ୱାଳ, ବୈଷ୍ଣବ ଚରଣ ଦାସ, ଗୋପାଳ ଚନ୍ଦ୍ର ମହାପାତ୍ର, ପ୍ରିୟଦର୍ଶିନୀ ପରିଡା, ରବିନ୍ଦ୍ର ପଟ୍ଟନାୟକ, ପ୍ରସନଜିତ ସାହୁ, ସଂସ୍କୃତିକ ସମ୍ପାଦକ ସୁକାନ୍ତ କୁମାର ଲେଙ୍କା, ଶିକ୍ଷକ ତ୍ରିଲୋଚନ ପାଢ଼ୀ, ଲିପୁ ଦାସ, ବିଜୟ ବାରିକି, ତପନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚରଣ କରିବା ସହିତ ଶ୍ରୀ ପରିଡାଙ୍କ ଆମର ଆତ୍ମାର ସଦଗତି କାମନା କରିଥିଲେ l