Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ବୁଗୁଡ଼ା, 21/05/2025, ବିକ୍ରମ ଓଡ଼ିଶା ନିୟୁଜ: ପିପୁଲ୍ସ କଲେଜ ଛାତ୍ରୀ ରୂପାଲି ' ରାଜୀବ ଗାନ୍ଧୀ ' ପୁରସ୍କାର ପାଇଁ ମନୋନୀତ

ବୁଗୁଡ଼ା,୨୧/୦୫(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଓ ଯୁବ ରେଡକ୍ରସ୍ ୟୁନିଟର ସ୍ୱେଚ୍ଛାସେବୀ ରୂପାଲି ପାତ୍ର ତାଙ୍କର ଉତ୍ସର୍ଗୀକୃତ ସମାଜସେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର - ୨୦୨୫ ପାଇଁ ମନୋନୀତ ହୋଇଥିବା ଜଣାଯାଇଛି । ସେ ତାଙ୍କର ଅଧ୍ୟୟନ କାଳରେ ୩ଥର ରକ୍ତଦାନ, ୫୦ରୁ ଅଧୂକା ବୃକ୍ଷ ରୋପଣ, ୨ଟି ସ୍ଵାସ୍ଥ୍ୟ ଶିବିର, ୩୦ରୁ ଅଧୂକ କ୍ୟାମ୍ପସ କ୍ଲନିଙ୍ଗ୍ ପ୍ରୋଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ ସାଙ୍ଗକୁ ଆଞ୍ଚଳିକ,ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ୱାଇଆରସି କ୍ୟାମ୍ପରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ପୁରସ୍କାର ପାଇବା ସହ ପିପୁଲ୍ସ କଲେଜର ସମସ୍ତ ଯୁବ ରେଡକ୍ରସ୍ କାର୍ଯ୍ୟକ୍ରମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଭାବେ ନିଜକୁ ନିୟୋଜିତ କରିଥାନ୍ତି।କାନସୁକା ଗ୍ରାମର ବାବୁଲା ପାତ୍ର ଓ ରୀନା ଙ୍କ ସୁକନ୍ୟା ରୂପାଲି ତାଙ୍କର ଏ ସଫଳତାର ଶ୍ରେୟ ସେ ନିଜର ପିତାମାତା,ୱାଇଆରସି ଜିଲ୍ଲା ସଂଯୋଜକ ଜଗଦୀଶ ପାଳ,କଲେଜ ଅଧ୍ୟକ୍ଷ ହରିକୃଷ ନାୟକ,ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅକ୍ଷୟ କୁମାର ସାହୁ,ଅଧ୍ୟାପକ ବିନୋଦ କୁମାର କର,ଲୋକନାଥ ଓ ପବିତ୍ର ଖଣ୍ଡୁଆଳ,ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଓ କ୍ରୀଷ୍ଣା କୁମାରୀ ବାର୍ଗେ ପ୍ରମୁଖଙ୍କୁ ଦେଇଛନ୍ତି ।ଅନ୍ୟ ପକ୍ଷରେ ରୂପାଲିଙ୍କ ଏହି ଗୌରବମୟ ସଫଳତା ପାଇଁ କଲେଜ ପରିସରରେ ଖୁସିର ଲହର ଖେଳିଯାଇଛି।