Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିପଦ ସଂକୁଳ ନଡ଼ିଆ ଗଛ 2

ତିର୍ତ୍ତୋଲ, 21/05/2025, ବିକ୍ରମ ଓଡ଼ିଶା ନିୟୁଜ: ବିପଦ ସଂକୁଳ ନଡ଼ିଆ ଗଛ
Article Image
ତିର୍ତ୍ତୋଲ-୨୧/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ କିଛିଦିନ ପୂର୍ବରୁ ଦୁଇଟି ନଡ଼ିଆ ଗଛରେ ବଜ୍ରପାତ ହୋଇଥିଲା।ଫଳରେ ନଡ଼ିଆ ଗଛର ଉପରଭାଗ ପୋଡିଯାଇଥିଲା।ଏହି ଗଛ ଦୁଇଟି ବିପଦ ପୂର୍ଣ୍ଣ ଭାବରେ ରହିଛି।ଏହି କାର୍ଯ୍ୟାଳୟ କୁ ଦୈନିକ ସହସ୍ରାଧିକ ଲୋକେ ବିଭିନ୍ନ କାମରେ ଆସିଥାନ୍ତି।ଏହି ପୋଡା ନଡ଼ିଆ ଗଛ କେତେବେଳେ ଭାଙ୍ଗି ପଡିବ କହିହେବ ନାହିଁ।କିଛି ଅଘଟଣ ଘଟିବା ଆଗରୁ କତ୍ତୃପକ୍ଷ ବିହିତ ପଦକ୍ଷେପ ନେବାନିମନ୍ତେ ସାଧାରଣରେ ଦାବିହେଉଛି।