Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଟ୍ରାକ୍ଟର ଚୋରି ଘଟଣା ରେ 3 ଅଭିଯୁକ୍ତ ଗିରଫ। 1

ଔପଦା, 21/05/2025, ବିକ୍ରମ ଓଡ଼ିଶା ନିୟୁଜ: ଟ୍ରାକ୍ଟର ଚୋରି ଘଟଣା ରେ 3 ଅଭିଯୁକ୍ତ ଗିରଫ।ଔପଦା ତା :20/05:( ନିପ୍ର )ଔପଦା ଥାନା ପ୍ରତାପ ପୁର ଗ୍ରାମ ଛକ ଠାରୁ ଗତ 15ତାରିଖରେ ଟ୍ରାକ୍ଟର ଚୋରି ରେ ସମ୍ପୃକ୍ତି ଥିବା 3ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି।ପ୍ରତାପ ପୁର ଗ୍ରାମର ଉଜ୍ଜଳ କୁମାର ପ୍ରଧାନ ଓ ସହଯୋଗୀ ସରସତିଆ ଗ୍ରାମର ଜିତୁ (ସଂଜୀବ ମୁଖି )ଉଭୟ ଯୋଜନା କରି ରାତିରେ ଟ୍ରାକ୍ଟର ଟିକୁ ଚୋରି କରି ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶ୍ରୀ ପ୍ରଧାନ ଓ ଶ୍ରୀ ମୁଖି ଟ୍ରାକ୍ଟର ଟିକୁ ବାଲେଶ୍ୱର ନେଇ ବାଲେଶ୍ୱର ଅଞ୍ଚଳ ର ଶାହରୁଖ ଅଲ୍ଲୀ ଖାଁ ସହିତ ଯୋଗାଯୋଗ କରିବା ପରେ ଶାହରୁଖ କାହ୍ନା ନାମ୍ନୀ ଜଣେ ବ୍ୟକ୍ତି ଦ୍ୱାରା ଟ୍ରାକ୍ଟର ଟିକୁ ବିକିଥିବା ପୋଲିସ ତଦନ୍ତ ରୁ ଜାଣିବା ପରେ ଅଭିଯୁକ୍ତ ମାନ ଙ୍କୁ ବାଲେଶ୍ୱର ରୁ ଧରି ଔପଦା ଥାନା କୁ ଆଣିଥିଲେ। ଟ୍ରାକ୍ଟର ଇଞ୍ଜଜିନ ର ସନ୍ଧାନ ମିଳି ନ ଥିବାବେଳେ ଲାଗିଥିବା ଡାଲା ଟି ବାଲେଶ୍ୱର ସଦର ଥାନା ଅଞ୍ଚଳ ବୁର୍ଜି ବଜାର ନିକଟ ବାଲିଘାଟ ଜଙ୍ଗଲ ଅଞ୍ଚଳ ରୁ ଡାଲା ଟି ଥିବାରୁ ପୋଲିସ ଡାଲା ଟିକୁ ଜବତ କରିଥିଲା। କାହ୍ନା ଫେରାର ଥିବା ବେଳେ ଟ୍ରାକ୍ଟର ବିକ୍ରି ବାବଦକୁ ସାହାରୁଖୁ ଅଲ୍ଲୀ ଖାଁ ଫୋନପେ ମୋବାଇଲ କୁ 85ହଜାର ଟଙ୍କା ଆସିଥିବା ପୋଲିସ ଠାରୁ ସୂଚନା ମିଳିଛି। ଟ୍ରାକ୍ଟର ଚୋରି ଓ ଅଭିଯୁକ୍ତ ଗିରଫ ସମ୍ପର୍କ ରେ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଦାସ ଙ୍କୁ ପଚାରିବାରୁ ଟ୍ରାକ୍ଟର ଚୋରୀରେ ସମ୍ପୃକ୍ତ 3ଅଭିଯୁକ୍ତ କୁ ଗିରଫ କରିବାସହ ସେମାନଙ୍କ ଠାରୁ 2ଟି ମୋବାଇଲ ଓ ଟ୍ରାକ୍ଟର ରେ ଥିବା ଡାଲା କୁ ଜବତ କରାଯାଇଥିବା କହି ଗିରଫ ଅଭିଯୁକ୍ତ ଙ୍କୁ କୋଟ ଚାଲାଣ କରାଯାଇଥିବା କହିଛନ୍ତି l ଓଉପଦା ରୁ ନିରଞ୍ଜନ ପ୍ରସାଦ ବାରିକ ଙ୍କ ରିପୋର୍ଟ
Article Image